ଭୁବନେଶ୍ୱର: କୋରାପୁଟ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛନ୍ତି ଓଡ଼ିଶା ଭିଜିଲାନ୍ସ ଟିମ୍।
ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରରେ ନୂତନ ଭାବରେ ଯୋଗ ଦେଇଥିବା ଜଣେ ଅଙ୍ଗନୱାଡି କର୍ମୀଙ୍କଠାରୁ ସେ ବେଆଇନ ଭାବେ ଟଙ୍କା ଦାବି କରିଥିଲେ। ଏପରିକି ତାଙ୍କୁ କାମରେ ହଇରାଣ କରିବାକୁ ଧମକ ମଧ୍ଯ ଦେଇଥିଲେ। ଯାହାପରେ ସେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ। ଅଙ୍ଗନୱାଡି ସୁପରଭାଇଜରଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଏକ ଜାଲ ବିଛାଯାଇଥିଲା।”
ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଥିଲା। ତେବେ ତାଙ୍କ ପାଖରେ ଆୟବର୍ହିଭୁତ ସମ୍ପତ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି।
Comments are closed.