Latest Odisha News

BREAKING NEWS

Anganwadi worker: ଅଙ୍ଗନବାଡ଼ି ଦିଦିଙ୍କ ୪ ଭିନ୍ନ ଜନ୍ମ ତାରିଖ; ଏବେ ଚାକିରିରୁ ବିଦା …

ମୟୂରଭଞ୍ଜ: ଜଣେ ମହିଳାଙ୍କର ୪ଟି ଭିନ୍ନ ଜନ୍ମ ତାରିଖ । ଭିନ୍ନ ଭିନ୍ନ ଜନ୍ମ ତାରିଖ ପାଇଁ ଚାକିରିରୁ ଅଙ୍ଗନବାଡ଼ି ଦିଦି ବିଦା ହେଲେ । ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଦେବାନବାହାଳୀ-୨ ଅଙ୍ଗନଓ୍ବାଡ଼ିର ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କର ନାଁ ହେଲା ସୁମି ସିଂ ଶମ୍ବୁରାଇ।

ସୂଚନାଥାଉକି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୩ ବର୍ଷ ଧରି ଚାକିରି କରି ଆସୁଥିଲେ ଅଙ୍ଗନବାଡ଼ି ଦିଦି ।

ତାଙ୍କ ପ୍ରମାଣପତ୍ରରେ ଭିନ୍ନ ଭିନ୍ନ ତାରିଖ ଥିଲା । ସମସ୍ତ ଦସ୍ତାବିଜ ଯାଞ୍ଚ କରିବା ପରେ ଦିଦିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।ତେବେ ନିଜ ଜନ୍ମ ତାରିଖରେ ଚଞ୍ଚକତା କରି ଚାକିରି ହାତେଇଥିବା ଅଭିଯୋଗ ହୋଇଛି। ସୁମିଙ୍କ ଅଙ୍ଗନଓ୍ବାଡ଼ିରେ ତାଙ୍କର ଜନ୍ମ ୧୯୯୫ ମସିହା ଥିବାବେଳେ ସ୍କୁଲ ସାର୍ଟିଫିକେଟରେ ୧୯୯୯ ମସିହା ଏବଂ ହାଇସ୍କୁଲରେ ୨୦୦୦ ମସିହା ରହିଛି।

ତୁରନ୍ତ ଚାକିରୀରୁ ବହିଷ୍କାର କରି ଉକ୍ତ ପଦବୀ ନିମନ୍ତେ ନୂତନ ନିଯୁକ୍ତି ପାଇଁ ସୂଚନା ବାହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏନେଇ କପ୍ତିପଦା ସିଡିପିଓଙ୍କୁ ଚିଠି କରିଛନ୍ତି ।

Comments are closed.