Latest Odisha News

BREAKING NEWS

ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ

ଜଗତସିଂହପୁର: ଅଙ୍ଗନବାଡ଼ି କର୍ମୀଙ୍କ ମିଥ୍ୟା ବୟାନକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ଅଙ୍ଗନବାଡ଼ି କର୍ମୀ। ଘଟଣାଟି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟଳୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତ ୨ଦିନ ତଳେ କୁଜଙ୍ଗ ବ୍ଳକ ତଳପଡା ସେକ୍ଟରର ଜଣେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ପଣ୍ଡା କୁଜଙ୍ଗ ବ୍ଳକ ସିଡ଼ିପିଓ ତନୁପ୍ରଭା ବେଉରାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ବିରୋଧରେ ମିଥ୍ୟା ବୟାନ ବିଭିନ୍ନ ଗଣମାଧ୍ୟମକୁ ଦେଇଥିଲେ।

ଏପରିକି ପ୍ରି-ସ୍କୁଲ କିଟ ଏବଂ ମେଡ଼ିସିନ କିଟ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ ସାବିତ୍ରୀ। ପରବର୍ତ୍ତୀ ସମୟରେ ଗଣମାଧ୍ୟମ ଜରିଆରେ ଏହି ମିଥ୍ୟା ଖବର ପ୍ରସାରିତ ହେବାପରେ ଏହା ବିରୋଧରେ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନବାଡ଼ି କର୍ମୀ ଏକତ୍ରିତ ହୋଇ ମିଥ୍ୟା ବୟାନ ଦେଇଥିବା ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ଚଳିତ ବର୍ଷ ପ୍ରି-ସ୍କୁଲ କିଟ କ୍ରୟ ନିମନ୍ତେ ଆର୍ଥିକ ଅନୁଦାନ ଆସିଥିଲେ ମଧ୍ୟ ବିଭାଗୀୟ କମିଟି ଏବଂ ଯାଞ୍ଚ କମିଟି ବୈଠକରେ ଏହା ସୁପାରିଶ ହୋଇନଥିବା କାରଣରୁ ଏହି କିଟ କ୍ରୟ କରାଯାଇ ନଥିବା ଜଣାପଡ଼ିଛି। ତେଣୁ ଯେଉଁଠି ଜିନିଷ କ୍ରୟ ହୋଇନାହିଁ ସେଠାରେ ଦୁର୍ନୀତି କିପରି ହେଲା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବ୍ଲକର ଅନ୍ୟ ଅଙ୍ଗନବାଡ଼ି କର୍ମୀମାନେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.