Latest Odisha News

BREAKING NEWS

ପିଡିଏସ ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ନୂଆପଡା : ହିତାଧିକାରୀଙ୍କୁ ମିଳୁନି ପିଡ଼ିଏସ ସାମଗ୍ରୀ । କାର୍ଡ଼ ବନ୍ଦ ହୋଇଥିବା କହି ଫେରାଇ ଦେଉଛନ୍ତି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା ତୁକୁଲା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ହିତାଧିକାରୀ ପଞ୍ଚାୟତକୁ ସାମଗ୍ରୀ ଆଣିବାକୁ ଗଲେ ତୁମର କାର୍ଡ ବନ୍ଦ ହୋଇଯାଇଛି କହି ଫେରାଇ ଦେଉଥିବା ବେଳେ ଅନେକ ମୃତକ ବ୍ୟକ୍ତିଙ୍କ ନାଁ ରେ ଚାଉଳ ଉଠାଣ ହେଉଛି । ଅନ୍ୟତ୍ର ଵିଵାହ ଦେଇଥିବା ଝିଅ ମାନଙ୍କ ନାମ କଟି ଯାଇଛି କହି ସେହି ଚାଉଳକୁ ନିଜେ ଆତ୍ମସାତ କରୁଥିବା ସ୍ଥାନୀୟ ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଅନେକ ହିତାଧିକାରୀଙ୍କ କାର୍ଡରେ ଚାଉଳ ଉଠାଣ ହେଉଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ପାଉନଥିବା ଅଭିଯୋଗ ହୋଇଛି । ଏନେଇ ଖଡ଼ିଆଳ ଯୋଗାଣ ନିରୀକ୍ଷକ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହିତାଧିକାରୀଙ୍କ ପିଡିଏସ ସାମଗ୍ରୀ ଖାଉଛି କିଏ ? ତଦନ୍ତ ପରେ ଜଣାପଡିବ ସତ୍ୟାସତ୍ୟ  । ହିତାଧିକାରୀ ତାଙ୍କ ଅଧିକାର ଫେରି ପାଇବେ ।ଯୋଗାଣ ନିରୀକ୍ଷକଙ୍କ ତଦନ୍ତ କେତେ ଫଳ ପ୍ରଦ ହେଉଛି ଓ ଯୋଗ୍ୟ ହିତାଧିକାରୀ କେବେ ପିଡିଏସ ସୁବିଧା ପାଉଛନ୍ତି ତାହା ସମୟକୁ ଅପେକ୍ଷା ।

Leave A Reply

Your email address will not be published.