Latest Odisha News

BREAKING NEWS

ଭୁବନେଶ୍ୱର: ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀ-ପୋଲିସ ସଂଘର୍ଷ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଶହଶହ ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହିତ ଶହଶହ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିରାଟ ପଟୁଆରରେ ଲୋୟର ପିଏମଜି ଧାରଣା ସ୍ଥଳକୁ ଆସିବା ସହ ବିକ୍ଷୋଭ ଜାରି କରିଥିଲେ ।

ସୂଚନା ଅନୁଯାୟୀ ରାଜଧାନୀର ଗାନ୍ଧି ମାର୍ଗରେ ୯ଦଫା ଦାବିକୁ ନେଇ ଚାଲିଥିବା ଏହି ବିକ୍ଷୋଭ ସମୟରେ ଅଙ୍ଗନବାଡି କର୍ମୀ ଓ ପୋଲିସ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଯାଇଛି । ଘଟଣା ପରେ ବିକ୍ଷୋଭ ସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ତେବେ “ ସମସ୍ତ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୮ ହଜାର ଏବଂ ମାସିକ ପେନସନ ବାବଦକୁ ୩ ହଜାର ଟଙ୍କା ବୃଦ୍ଧି କରାଯିବା ଉଚିତ୍ । ସେମାନଙ୍କ ଅବସର ସମୟ ୬୦ ରୁ ୬୫ ବର୍ଷ ହେବା ଉଚିତ୍”, ବୋଲି ଜଣେ ଆନ୍ଦୋଳନ କାରି କହିଛନ୍ତି ।

Leave A Reply

Your email address will not be published.