Latest Odisha News

BREAKING NEWS

ପୂର୍ବତନ ବିଧାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ

ଫୁଲବାଣୀ : ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ନେଇ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ନାମରେ ଏକ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ  ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ଉକ୍ତ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ପ୍ରତି ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏନେଇ ଉକ୍ତ ଯୁବତୀ ଓ ତାଙ୍କ ମାଆ ସଦର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ ।

ତେବେ ତଦନ୍ତ ପରେ ଏହି ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜଣା ପଡିଲେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକାଶ କରିଛନ୍ତି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ।

Leave A Reply

Your email address will not be published.