Latest Odisha News

BREAKING NEWS

ତୈଳଦର ବୃଦ୍ଧି ନେଇ ବିଜେଡ଼ିର କେନ୍ଦ୍ରକୁ ସମାଲୋଚନା, ୭ ତାରିଖରୁ ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ନେଇ ଆଜି ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛି । ସାଢେ ୪ ବର୍ଷରେ ଓଡ଼ିଶା ସମେତ ସାରା ଭାରତରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ଘଟିବା ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବିଜେଡ଼ି କହିଛି । ତେବେ ଆସନ୍ତା ୭ତାରିଖରୁ ବିଜୁ ଜନତା ଦଳ ୩ ଦିନିଆ ଆନ୍ଦୋଳନକ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ କୁମାର ଦାସବର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

ଆଜି ଏକ ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି “କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ’ ହୁ’ ହୋଇ ବଢ଼ି •ଲିଥିବା ବେଳେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଦର ଉପରେ ଲଗାମ କଷିବା ପରିର୍ବେ ଖୋଦ୍ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକାକୁ ଦୋଷ ଦେଇ ଚୁପ୍ ବସି ପଡ଼ିଛନ୍ତି । ଭାରତବର୍ଷରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସାଢ଼େ ୪ ବର୍ଷରେ ସର୍ବାଧିକ ଓ ଡିଜେଲ ମୂଲ୍ୟ ବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି” ।

କେନ୍ଦ୍ର ସରକାର ଅତ୍ୟଧିକ ତୈଳବୃଦ୍ଧି କରିବା ନେଇ ବିଜେଡ଼ିର ଆଗାମୀ ଆନ୍ଦୋଳନାତ୍ମକ ପନ୍ଥା ସମ୍ପର୍କରେ ଶ୍ରୀ ଦାସବର୍ମା କହିଛନ୍ତି “ଲଗାତାର ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି । ଗତକାଲି (ସୋମବାର) ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮.୦୨ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ ଟଙ୍କାରେ ପହଞ୍ଚିଛି । ତେଣୁ ଏହାର ପ୍ରତିବାଦରେ ଚଳିତ ମାସ ୭, ୮ ଓ ୯ ତାରିଖ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ଧରଣର ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ । ପୂର୍ବାହ୍ନ ୧୦ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡିର ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହାକୁ ସଫଳ କରାଇବେ” ।

“ପେଟ୍ରୋଲ, ଡିଜେଲର ଲଗାତାର ଦରବୃଦ୍ଧି ପ୍ରଭାବରେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଗୃହିଣୀଠାରୁ ଆରମ୍ଭ କରି ଖଟିଖିଆ ଗରିବ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅତିଷ୍ଠ ହୋଇପଡ଼ିଲେଣି । ସାଧାରଣ ଓ ଗରିବ ଲୋକଙ୍କ ସରକାର କହି ୨୦୧୪ରେ କ୍ଷମତାକୁ ଆସିଥିବା ବିଜେପି ଏବେ କେବଳ କର୍ପୋରେଟ୍ ଓ ପୁଞ୍ଜିବାଦୀଙ୍କ ହାତବାରିସି ସାଜିଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି କରି ସେମାନଙ୍କୁ ଫାଇଦା ଦେଉଛି । କିନ୍ତୁ ଆସନ୍ତା ର୍ନିବାଚନରେ ଦେଶବାସୀ ବିଜେପିକୁ ଏହାର ସଠିକ୍ ଜବାବ ଦେବେ” ବୋଲି ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି ।

Leave A Reply

Your email address will not be published.