Latest Odisha News

BREAKING NEWS

ଏଥର ଅଙ୍ଗନବାଡି କର୍ମୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ରାଶି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ପାଖାପାଖି ୨୦ ଲକ୍ଷ ମହିଳାକୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ତୃତୀୟ କିସ୍ତିରେ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ତୃତୀୟ ପର୍ଯ୍ୟାୟ ସୁଦ୍ଧା ମୋଟ ୮୦ ଲକ୍ଷ ମହିଳା ସୁଭଦ୍ରା ସହାୟତାରେ ସାମିଲ ହେବେ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ।

ତେବେ ଜୁଲାଇ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ଏବେ ପର୍ଯ୍ୟନ୍ତର ୬୦ ଲକ୍ଷ ୬୭ ହଜାର ମହିଳା ସାମିଲ ହୋଇସାରିଲେଣି । ଆଉ ୨୦ ଲକ୍ଷଙ୍କୁ ଆସନ୍ତା ୨୪ ତାରିଖରେ ଟଙ୍କା ମିଳିବ । ଏବେ ପର୍ଯ୍ୟନ୍ତ ମୋଟ ୧ କୋଟି ୧୬ ଲକ୍ଷ ମହିଳା ଆବେଦନ କରିଥିବା ବେଳେ ଏଥିରୁ ମୋଟ ୨ ଲକ୍ଷ ୬୭ ହଜାର ଆବେଦନ ବାଦ୍ ପଡିଛି । ସେଗୁଡିକୁ ଆଜି ସମୀକ୍ଷା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଏଥିସହିତ ବିଭିନ୍ନ କାରଣ ଯୋଗୁଁ ଏବେ ପର୍ଯ୍ୟନ୍ତ ଅନେକ ମହିଳା ସୁଭଦ୍ରା ପାଇନାହାନ୍ତି ବୋଲି ଦର୍ଶାଇଛି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ୫ ଲକ୍ଷ ଆବେଦନକାରୀଙ୍କ ଗୋଟିଏ ନମ୍ବରରରେ ଏକାଧିକ ଆକାଉଣ୍ଟ ଥିବାରୁ ସେମାନଙ୍କ ଖାତାକୁ ଟଙ୍କା ଯିବାରେ ସମସ୍ୟା ହେଉଛି । ଏଥିପାଇଁ ଆବେଦନକାରୀଙ୍କୁ ସିଙ୍ଗିଲ ଆକାଉଣ୍ଟ କରିବାକୁ ଅପିଲ୍ କରିଛନ୍ତି ।

ଏଥିସହିତ ଡିସେମ୍ବରରେ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଡିସେମ୍ବର ସୁଦ୍ଧା ଏକ କୋଟି ମହିଳା ସୁଭଦ୍ରାରେ ସାମିଲ ହେବେ । ପରେ ଜାନୁଆରୀ ଏବଂ ଫେବୃଆରୀରେ ଯେଉଁମାନେ ଆବେଦନ କରିବେ, ସେମାନେ ଏକାଥରେ ମାର୍ଚ୍ଚରେ ଦ୍ବିତୀୟ କିସ୍ତିରେ ଦୁଇଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ ।

Comments are closed.