Latest Odisha News

BREAKING NEWS

କ୍ରୋଧ ସମସ୍ୟାର ସମାଧାନ କରେନାହିଁ ବରଂ ମାନସିକ ଓ ଶାରୀରିକ ସ୍ତରରେ କ୍ଷତି କରିଥାଏ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

“କ୍ରୋଧ କୌଣସି ସମସ୍ୟାର ସମାଧାନ କରେ ନାହିଁ କିମ୍ବା ଏଥିରେ କିଛି ସୃଜନାତ୍ମକ ବିଷୟ ନଥାଏ । ବରଂ ଏହା ସବୁକିଛି ନଷ୍ଟ କରିଦିଏ । ତେଣୁ ମନରେ ଆସୁଥିବା କ୍ରୋଧକୁ ନିୟନ୍ତ୍ରଣ କରିବା ସହ ଠିକ୍ ଭାବରେ ବ୍ୟବହାର କଲେ ସୁସମ୍ପର୍କ ଗଢ଼ିଉଠିଥାଏ” ବୋଲି କହିଛନ୍ତି ମାଉଣ୍ଟଆବୁସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟ କାର୍ଯ୍ୟାଳୟର ଆଇଟି ବିଭାଗ ଫାକଲ୍ଟି ସିଷ୍ଟର ସାବିତ୍ରୀ ।

କ୍ରୋଧ ମଣିଷର ମାନସିକ ଏବଂ ଶାରୀରିକ କ୍ଷତି ଘଟାଇଥାଏ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କ୍ରୋଧର ପ୍ରଭାବ ପଡ଼ିଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଂଟ ପକ୍ଷରୁ ଆୟୋଜିତ “କ୍ରୋଧ ସମ୍ବରଣ” ଶୀର୍ଷକ କର୍ମଶାଳାରେ କହିଛନ୍ତି ସିଷ୍ଟର ସାବିତ୍ରୀ ।

ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ମନୁଷ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରି ଏକ ସୁସ୍ଥ ଓ ସୁଖକର ଜୀବନ ବିତାଇପାରିବ । ଆମେ ଯଦି ନିଜ ରାଗକୁ ପ୍ରଶମିତ କରିପାରିବା ତେବେ ଭଗବତ ଆଶୀର୍ବାଦ ପ୍ରାପ୍ତି ହେବ ବୋଲି ସେ କହିଛନ୍ତି ।

ଅନ୍ୟ ବିଷୟରେ ଚିନ୍ତା କରିବା ସହ ନିଜକୁ ଚିନ୍ତାମୁକ୍ତ କରିପାରିଲେ କ୍ରୋଧ ଆସିବ ନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ଏସଏଚଏମର ଡିନ୍ ଓ ଆଡଭାଇଜର ପ୍ରଫେସର ଶିତିକଣ୍ଠ ମିଶ୍ର କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ନିଜ କ୍ରୋଧକୁ ସମ୍ବରଣ ନ କରିପାରିବା ଦ୍ୱାରା ପରିସ୍ଥିତି ବିଗିଡି ଯାଉଛି ।
ଅନୁଷ୍ଠାନର ପିଏଚ୍ଡି ସ୍କଲାର୍ ସ୍ତୁତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.