Latest Odisha News

BREAKING NEWS

ମ୍ୟାଚ ବେଳେ ଗୁରୁତର ଆଘାତପ୍ରାପ୍ତ ହେଲେ ଅଙ୍ଗକ୍ରିଷ ରଘୁବଂଶୀ

ଜୟପୁର: ବିଜୟ ହଜାରେ ଟ୍ରଫି କ୍ରିକେଟ ଅବସରରେ ଶୁକ୍ରବାର ମୁମ୍ବାଇର ଅଙ୍ଗକ୍ରିଷ ରଘୁବଂଶୀ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଉତରାଖଣ୍ଡ ବିପକ୍ଷ ମୁକାବିଲାରେ ସୌରଭ ରାୱତ ଏକ ସୁଇପ ଶଟ ଖେଳିଥିଲେ । ଏହାର କ୍ୟାଚ ନେବା ପାଇଁ ରଘୁବଂଶୀ ଡାଇଭ ମାରିଥିଲେ । ଏହି ଚେଷ୍ଟା େବେଳ ତାଙ୍କ ମୁଣ୍ଡ ଓ ବେକ ମାଡ ହୋଇଥିଲା । ପଡିବା ପରେ ସେ ଛିଡା ହୋଇଥିଲେ ମାତ୍ର ହଠାତ ତଳେ ପଡି ଯାଇଥିଲେ । ତାଙ୍କୁ ଷ୍ଟ୍ରେଚରରେ ନିଆ ଯାଇ ନ ଥିଲା । ପରେ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଏବେ ସେ ସେଠାରେ ଚିକିତ୍ସାଧୀନ ଅଛନ୍ତି ।

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାର ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାଟି କ୍ରିକେଟପ୍ରେମୀଙ୍କୁ ବ୍ୟସ୍ତ ବିବ୍ରତ କରିଛି । ୨୧ ବର୍ଷୀୟ ଏହି ଯୁବ ଖେଳାଳି ମୁମ୍ବାଇ ପକ୍ଷରୁ ୪ଟି ପ୍ରଥମଶ୍ରେଣୀ ମ୍ୟାଚ, ୧୨ ଲିଷ୍ଟ ଏ ଓ ୩୭ ଟି୨୦ ମ୍ୟାଚ ଖେଳିଛନ୍ତି । ସେହିପରି କେକେଆର ପକ୍ଷରୁ ଆଇପିଏଲ ଖେଳୁଥିବା ରଘୁବଂଶୀ ୧୮ ଇନିଂcସରେ ୪୬୩ ରନ କରିଛନ୍ତି । ବିଜୟ ହଜାରେ ଟ୍ରଫିର ଏହି ମୁକାବିଲାରେ ମୁମ୍ବାଇ ୫୧ ରନରେ ଉତରାଖଣ୍ଡକୁ ପରାସ୍ତ କରିଛି ।

Leave A Reply

Your email address will not be published.