Latest Odisha News

BREAKING NEWS

ୟୁନୁସ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ବାଂଲା ପିଲାଏ ପଢିବେନି ହସିନାଙ୍କ କଥା

ନୂଆଦିଲ୍ଲୀ: ଏଣିକି ବାଂଲାଦେଶୀ ପଢିବେନି ହସିନାଙ୍କ ଇତିହାସ । ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିଂସା ଆନ୍ଦୋଳନ ଦେଶ ଛାଡି ଏବେ ଭାରତରେ ଲୁକାହିତ ଭାବେ ରହିଛନ୍ତି । ଶେଖ୍ ହସିନା ସରକାର ଭାଙ୍ଗିବା ପରେ ଏବେ ନୂଆ ଅନ୍ତରୀଣ ୟୁନୁସ ସରକାର ବିଦ୍ୟାଳୟରେ ଚାଲିଥିବା ପାଠ୍ୟଖସଡା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରୀୟ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବୋର୍ଡ(ଏନସିଟିବି) କହିବା ଅନୁଯାୟୀ, ଆଗାମୀ ବର୍ଷରୁପିଲାମାନେ ଯେଉଁ ପୁସ୍ତକ ପଢିବେ ସେଥିରେ ହସିନା ସରକାରଙ୍କ ବିଷୟରେ କିଛି ବି ଉଲ୍ଲେଖ ରହିବ ନାହିଁ । ଏମିତିକି ପୂର୍ବ ସରକାର କାଳରେ ହୋଇଥିବା ବିଭିନ୍ନ ଐତିହାସିକ କଥାକୁ ଯେଉଁଭଳି ଭାବରେ ବଢେଇ ଚଢେଇ କୁହାଯାଇଛି, ତାକୁ ପରିବର୍ତ୍ତନ କରାଯିବ ।

ତେବେ ଗତବର୍ଷ ଅଗଷ୍ଟ ୫ ରେ ଶେଖ ହସିନା ସରକାରଙ୍କ ପତନ ପରେ, ଏନସିବିଟି ୨୦୨୫ ରେ ପୁରୁଣା ସିଲାବସକୁ ପରିବର୍ତ୍ତନ କରାଯାଇ ନୂଆ ପୁନଃସ୍ଥାପନା କରାଯିବ । ଆସନ୍ତା ଶିକ୍ଷାବର୍ଷ ପାଇଁ ୬ ରୁ ୯ ଶ୍ରେଣୀର ପାଠ୍ୟପୁସ୍ତକ ତଥା ପୁରାତନ ସିଲାବସ୍ ଅଧୀନରେ ଥିବା ୪ ଏବଂ ୫ ଶ୍ରେଣୀର ପାଠ୍ୟପୁସ୍ତକଗୁଡ଼ିକ ସଂଶୋଧନ କରାଯାଉଥିବାବେଳେ ୧ ରୁ ୩ ଶ୍ରେଣୀର ସିଲାବସରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି ।

ତେବେ ଏହାକୁ ନେଇ ୩୩ ଜଣ ପୁସ୍ତକ ସମୀକ୍ଷକଙ୍କୁ ନେଇ ଏକ ସମିତି ଗଠନ କରାଯାଇଛି । ଯେଉଁମାନେ ଏହି ବହିଗୁଡିକର ସମୀକ୍ଷା କରିବା ସହ ଆବଶ୍ୟକ ଅନୁଯାୟୀ ଏହାକୁ ସଂଶୋଧନ ମଧ୍ୟ କରିବେ । ବହିରେ ଥିବା ସମସ୍ତ ହସିନାଙ୍କ ବୟାନ ବାଜି ବଆଗାମୀ ଶିକ୍ଷା ନୀତିରୁ ହଟିବ । କାରଣ ପୂର୍ବରୁ ପିଲାମାନେ ପଢୁଥିବା ପାଠରେ ପୂର୍ବ ହସିନା ସରକାରଙ୍କ ବିଭିନ୍ନ ବୟାନ ଏବଂ ଘୋଷଣା ସମ୍ପର୍କରେ ଉଲ୍ଲେଖ ରହିଥିଲା । ,ମିତିକି ବାଂଲାଦେଶର ନାୟକ ବୋଲି ହସିନାଙ୍କୁ ବିଭେଚନା କରାଯାଉଥିଲା । ଯାହାକୁ ଏବେ ବହିରୁ ହଟାଇ ଦିଆଯିବ ।

ଖାଲି ସେତିକି ନୁହେଁ, ବହିର ମଲାଟ ପେପର ମଧ୍ୟ ପରିବର୍ତ୍ତନ ହେବ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଅଶାନ୍ତି ଦୃଷ୍ଟିରେ ରଖି ନୂଆ କମିଟି କହିଛି, ଦେଶର ବିଭିନ୍ନ ଆଇନ ଓ ସମ୍ୱିଧାନକୁ ବହିର ମଲାଟରେ ରଖିଯାଇପାରେ । ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ନିଶ୍ଚୟ ପିଲାମାନେ ବୁଝିବେ ଏବଂ କୌଣସି ପ୍ରକାର ଅଶାନ୍ତି ସୃଷ୍ଟି ହୋଇନପାରେ ବୋଲି କମିଟି କହିଛି । ତେବେ କହିରଖୁଛୁ, ୨୦୨୨ରେ ତତ୍କାଳୀନ ସରକାର ପାଠ୍ୟପୁସ୍ତକ ତିଆରି କରିଥିଲେ । ଯେଉଁଥିରେ ହସିନାଙ୍କ ଯୋଜନା ସମ୍ପର୍କରେ ପିଲାଙ୍କୁ ପାଠ ପଢାଯିବା ସହିତ ଦେଶର ନାୟକ ବୋଲି ବିବେଚନ କରାଯାଉଥିଲା । ହେଲେ ହସିନାଙ୍କ ସରକାର ଯିବା ପରେ ଏବେ ନୂଆ ସରକାର ନୂଆ ପାଠ୍ୟକ୍ରମ ତିଆରି କରୁଛି । ଏନେଇ କିନ୍ତୁ ହସିନା କିମ୍ୱା ତାଙ୍କର ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.