Latest Odisha News

ଲେହର ଆଙ୍ଗଲିଙ୍ଗ ଗାଁ…ପ୍ରତି ଘରେ ସ୍ପେଶାଲ ସିକ୍ରେଟ ଫୋର୍ସ, ଚୀନ ବି ଭୟ କରୁଛି !

ଲେହ: ଲେହ ଅଂଚଳରେ ଏପରି ଏକ ଗ୍ରାମ ଅଛି ଯାହାକୁ ଚୀନର ପିଏଲଏ ଆର୍ମି ଭୟ କରୁଛି । ପୂର୍ବ ଲଦାଖର ଆଙ୍ଗଲିଙ୍ଗ ଗ୍ରାମରେ ରହିଛି ୪୦୦ ଘରେ । ପ୍ରତି ଘରେ ରହୁଛନ୍ତି ସ୍ପେଶାଲ ସିକ୍ରେଟ ଫୋର୍ସ । ଏମାନଙ୍କ ଯୁଦ୍ଧ କୌଶଳ ସର୍ବଦା ଚୀନ ମନରେ ଭୟ ସୃଷ୍ଟି କରି ଆସିଛି । ଭାରତୀୟ ସେନା ପକ୍ଷରୁ ଗ୍ରାମର ସମସ୍ତଙ୍କୁ ତାଲିମ ଦିଆ ଯାଇଥାଏ । ଗାଁର ଲୋକେ ସିକ୍ରେଟ ମିଲିଟାରୀ ଅପରେଶନରେ ସାମିଲ ହୋଇଥାନ୍ତି ।

ତଥ୍ୟ ସଂଗ୍ରହ କରିବା ଓ ସେନାକୁ ଆବଶ୍ୟକ ସହଯୋଗ ଯୋଗାଇବା ଏମାନଙ୍କ ମୂଖ୍ୟ କାର୍ଯ୍ୟ । ୧୯୬୨ ଯୁଦ୍ଧ ପରେ ଏହି ସ୍ପେଶାଲ ସିକ୍ରେଟ ଫୋର୍ସର ଗଠନ କରାଯାଇଥିଲା । ପାହାଡରେ ଏମାନଙ୍କ ଗୋରିଲ୍ଲା ଯୁଦ୍ଧ ଶୈଳୀର ଜବାବ ଏ ପର୍ଯ୍ୟନ୍ତ ଚୀନ ପାଇ ନାହିଁ । ପିଢ଼ୀ ପରେ ପିଢ଼ୀ ଏମାନେ ସେନାରେ କାର୍ଯ୍ୟ କରି ଆସୁଛନ୍ତି ।

Comments are closed.