Latest Odisha News

BREAKING NEWS

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହେଲ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ସେ ବାଚନିକା ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ହରାଇ ଲଗାତର ଦ୍ୱତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ହରିବଂଶ ।

BjdElectrycity

ସେପଟେ ଉପାଧ୍ୟକ୍ଷ ଭାବେ ହରିବଂଶ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ବିଷମ ପରିସ୍ଥିତି ମଧ୍ୟରେ ସଂସଦ କାର୍ଯ୍ୟ ଚାଲୁଥିବା ବେଳେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି ମୋଦି।

ନିକଟରେ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନୁରୋଧ କରିଥିଲେ । ତେବେ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଆଜି ବିଜେଡି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Leave A Reply

Your email address will not be published.