ମୁମ୍ବାଇ: ବହୁ ଦିନର ବିରତି ପରେ ପୁଣି ଥରେ ବଲିଉଡକୁ କମ୍ବ୍ୟାକ୍ କରିଛନ୍ତି ଭର୍ସଟାଇଲ ଅଭିନେତା ଇର୍ଫାନ୍ ଖାନ୍ । ରିଲିଜ ହୋଇଛି ତାଙ୍କର ଅପ୍କମିଂ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ର ଟ୍ରେଲର । ୨ ମିନିଟ୍ ୫୫ ସେକେଣ୍ଡର ଏହି ଭିଡିଓରେ ଭରପୁର କମେଡି ସାଙ୍ଗକୁ ଫ୍ୟାମିଲି ଇମୋସନାଲ ଡ୍ରାମା ମଧ୍ୟ ଦେଖିବାକୁ ମିଳିଛି ।
ହୋମି ଅଦଜାନିଆଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଜଣେ ମଧ୍ୟମବର୍ଗୀୟ ପରିବାରର ବାପା କିଭଳି ନିଜ ଝିଅକୁ ବିଦେଶରେ ପାଠ ପଢ଼ାଇବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଓ ତାକୁ ସାକାର କରିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ତାକୁ ନେଇ ଆଧାରିତ । ଫିଲ୍ମର ଲିଡ୍ ରୋଲ୍ରେ ଇର୍ଫାନ୍ ଖାନ୍ ଥିବାବେଳେ ତାଙ୍କ ଅପଜିଟ୍ରେ ଅଛନ୍ତି କରୀନା କପୁର । ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ରାଧିକା ମଦାନ, ଯିଏକି ଇର୍ଫାନ୍ଙ୍କ ଝିଅ ଭୂମିକାରେ ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଡିମ୍ପଲ କପାଡିଆ, କିକୁ ଶରଦ ଓ ଦୀପକ ଡୋବ୍ରିଆଲ ଅଛନ୍ତି । ଆସନ୍ତା ମାର୍ଚ୍ଚ ୨୦ରେ ଫିଲ୍ମ ରିଲିଜ ହେବ ।
BREAKING NEWS
- କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍ଘାଟିତ
- କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି
- କୋର୍ଟକୁ ଆସିଲେନି ପିୟୂଷ
- ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍
- ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା
- ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ
- ୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା
- ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
Comments are closed.