Latest Odisha News

BREAKING NEWS

[ଭିଡିଓ] କୁକୁର ପାଇଁ ସାକ୍ଷୀ ଦେଇ ଫସିଗଲେ ବାବୁଲି !

ଅନୁଗୁଳ: ମହଙ୍ଗା ପଡିଲା ବିଦେଶୀ କୁକୁର ପାଇଁ ସାକ୍ଷୀ ଦେବା । ଉଦ୍ଧାର ପାଇଲା କୁକୁର । ଧରାପଡିଲା ଚୋର । ହେଲେ ପୋଲିସକୁ ସହାୟତା କରି ବଳିପଡିଲା ଏକ ନିରୀହ ପରିବାର । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା ।

ଅନୁଗୁଳ ସନ୍ଥପଡାର ବାବୁଲି ସାମଲ । ଘର ଆଗରେ ଲଗାଇଥିଲେ ସିସିଟିଭି । ଏହି ସିସିଟିଭି ତାଙ୍କୁ ସୁରକ୍ଷା ଦେଇଥିଲା ସତ, ହେଲେ ଏବେ ତାଙ୍କୁ କୋକୁଆ ଭୟରେ ରହିବାକୁ ବାଧ୍ୟ କରିଛି । ପାଖ ପଡିଶା ଘରେ ଚୋରି ହୋଇଥିଲା ଦାମି ବିଦେଶୀ କୁକୁର । ଚୋରଙ୍କୁ ଧରିବା ଲାଗି ବାବୁଲି ସାମିଲଙ୍କ ସିସିଟିଭିର ସହାୟତା ନେଇଥିଲା ପୋଲିସ । ସିସିଟିଭି ଫୁଟେଜରେ ଧରାପଡିଥିଲା ଚୋର । ହେଲେ ଫସିଯାଇଥିଲେ ବାବୁଲି ସାମଲ ।

ବୁଧବାର ଘଟିଥିବା ଏହି ଘଟଣାରେ କୁକୁର ଚୋର ଗିରଫ ହୋଇଥିଲେ ସତ, ହେଲେ ବାବୁଲି ସେମାନଙ୍କ ଟାର୍ଗେଟକୁ ଚାଲିଆସିଥିଲେ । ଦୋଷ ଥିଲା ପୋଲିସକୁ ସିସିଟିଭି ଫୁଟେଜ ଦେଖାଇବା । ବାସ୍‌… ଖାସ ଏହି କାରଣ ପାଇଁ ବାବୁଲିଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କ ଘରେ ପହଂଚିଥିଲେ ଅଜଣା ଯୁବକ । ଆଉ ତା ପରେ ଯାହା ଘଟିଥିଲା ଆପଣ ଖୋଦ ନିଜେ ଦେଖିନିଅନ୍ତୁ ….

Leave A Reply

Your email address will not be published.