Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ ଅକ୍ଷୟଙ୍କ ଫଟୋ !

ମୁମ୍ବାଇ: ଲଣ୍ଡନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ । ଚାଲିଛି ଫିଲ୍ମ ବେଲ୍ ବଟମ୍‌ର ସୁଟିଂ । ହେଲେ ଭାରତରେ ତାଙ୍କ ଫଟୋ ଭାଇରାଲ୍ ହୋଇଛି । କରୋନା ମହାମାରୀ ଭିତରେ ପ୍ରଥମ ବଲିଉଡ କଳାକାର ଭାବେ ଅକ୍ଷୟ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି ।

ଫିଲ୍ମର ସୁଟିଂ ସ୍କଟଲ୍ୟାଣ୍ଡରେ ଚାଲିଥିଲାବେଳେ ଅକ୍ଷୟଙ୍କର କିଛି ଫଟୋ ଭାଇରାଲ୍ ହୋଇଛି । ସୁଟିଂ ସେଟ୍‌ରେ ଅକ୍ଷୟଙ୍କ ରେଟ୍ରୋ ଲୁକ୍‌କୁ ତାଙ୍କ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି । ଏହି ଫଟୋରେ ଅକ୍ଷୟ ହାଇନେକ୍ ପୁଲ୍‌ଓଭର୍ ସହ ସୁଇଟର୍ ଓ ଜ୍ୟାକେଟ୍ ବି ପିନ୍ଧିଛନ୍ତି । ତେବେ ଖାସ କରି ଅକ୍କିଙ୍କ ନିଶ ଓ ସନ୍‌ଗ୍ଲାସ୍ ତାଙ୍କ ସ୍ପାୟ ଲୁକକୁ ପରଫେକ୍ଟ ମ୍ୟାଚ୍ କରୁଛି ।

କିଛିଦିନ ପୂର୍ବରୁ ଏକ ଭିଡିଓ ଜରିଆରେ ଅକ୍ଷୟ ନିଜ ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ଜଣାଇଥିଲେ । ଦୈନନ୍ଦିନ ଜୀବନ ହେଉ କି ଫିଲ୍ମି ଲାଇଫ୍ । କିପରି ମାସ୍କର ବ୍ୟବହାର ଅନିବାର୍ଯ୍ୟ, ତାହା ବି ଏହି ଭିଡିଓ ଜରିଆରେ ସେ ଦର୍ଶକଙ୍କୁ ଜଣାଇଥିଲେ । ବେଲ ବଟମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ୮୦ଦଶକ ଥିମ୍ ଉପରେ ନିର୍ମିତ ଏହି ଫିଲ୍ମରେ ବାନୀ କାପୁର, ହୁମା କୁରେସୀ ଓ ଲାରା ଦତ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.