Latest Odisha News

BREAKING NEWS

କରୋନା ସଂକ୍ରମିତ ନେତାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ହେଉଛନ୍ତି । କରୋନା ସଂକ୍ରମିତ ହୋଇଥିବା ନେତାଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମନ୍ତ୍ରୀ ପଦ୍ମିନୀ ଦିଆନ୍ ସାଂସଦ ରମେଶ ମାଝୀ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଓ ପ୍ରଶାନ୍ତ ମୁଦୁଲିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ କିଛି ଦିନ ଭିତରେ ରାଜ୍ୟରେ ଦୁଇ ଜଣ ମନ୍ତ୍ରୀ ଓ ସାତ ଜଣ ବିଧାୟକ କରୋନା ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ବିଧାୟକ ପଜିଟିଭ୍ ବାହାରୁଥିବାରୁ ଚିନ୍ତା ବଢିଛି ।

Leave A Reply

Your email address will not be published.