Latest Odisha News

BREAKING NEWS

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି ।

୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ପରେ ଅନିଲ୍ ଆଣ୍ଟୋନି କଂଗ୍ରେସ ଛାଡ଼ିଥିଲେ । ଆଜି ବିଜେପି ନେତା ପୀୟୁଷ ଗୋଏଲ, ଭି ମୂରଲିଧରନ ଓ କେରଳ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅନିଲ୍ ଆଣ୍ଟୋନି ଦଳରେ ସାମିଲ୍ ହୋଇଛନ୍ତି ।

ବିଜେପିରେ ସାମିଲ୍ ହେବା ପରେ ଅନିଲ୍ ଆଣ୍ଟୋନି କହିଛନ୍ତି, ପ୍ରତିଟି କଂଗ୍ରେସ କାର୍ଯ୍ୟକର୍ତ୍ତା ପରିବାର ପାଇଁ କାମ କରନ୍ତି । କିନ୍ତୁ ମୁଁ କଂଗ୍ରେସ ପାଇଁ କାମ କରୁଥିଲି । ଭାରତକୁ ଆଗକୁ ନେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଦୂର ଦୃଷ୍ଟିକୋଣ ରହିଛି ।

ଦଳ ଛାଡ଼ିବା ପୂର୍ବରୁ ଅନିଲ୍ ଆଣ୍ଟୋନି କେରଳ କଂଗ୍ରେସର ସୋସିଆଲ୍ ମିଡିଆ ପରିଚାଳନା ଦାୟିତ୍ୱରେ ଥିଲେ । ତେବେ ଅନିଲ୍ ଆଣ୍ଟୋନି କଂଗ୍ରସ ଛାଡ଼ିବା ଦଳ ପାଇଁ ଏକ ବଡ଼ ଝଟକା । ଅନିଲ୍ ଆଣ୍ଟୋନିଙ୍କ ବାପା ଏକେ ଆଣ୍ଟୋନି ଜଣେ କଟ୍ଟର କଂଗ୍ରେସ ନେତା ଅଟନ୍ତି ।

Leave A Reply

Your email address will not be published.