Latest Odisha News

BREAKING NEWS

ଡିଏମଆରସି ବିପକ୍ଷରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚରର ବୃହତ ବିଜୟ, ୪୬୦୦ କୋଟି କ୍ଷତିପୂରଣ ପାଇବ ଅନୀଲଙ୍କ କମ୍ପାନୀ

ନୂଆଦିଲ୍ଲୀ: କରଜରେ ବୁଡି ରହିଥିବା ଅନୀଲ ଅମ୍ବାନୀଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିପକ୍ଷ କେସରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଫଳରେ ଅନୀଲଙ୍କ କମ୍ପାନୀକୁ ୪୬୦୦ କୋଟି ଟଙ୍କା ଦିଲ୍ଲୀ ମେଟ୍ରୋ ଦେବ ।
ସମ୍ପୂର୍ଣ୍ଣ ଘଟଣା: ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ଓ ଡିଏମଆରସି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସକୁ ବିଲ୍ଡ ଅପରେଟ ଟ୍ରାନ୍ସଫର ଅନୁସାରେ ଚୁକ୍ତି ହୋଇଥିଲା । ପରେ ଏହି ଚୁକ୍ତିରୁ ଡିଏମଆରସି ଓହରିଯାଇଥିଲା ବୋଲି ଅନୀଲଙ୍କ କମ୍ପାନୀ ଅଭିଯୋଗ ଆଣିଥିଲା ।

୨୦୧୭ରେ ଚୁକ୍ତି ଖିଲାପ ନେଇ ରିଲାୟନ୍ସ ଟର୍ମିନେଶନ ଫିସ ଦାବୀ କରିଥିଲେ । କେସରେ ବିଜୟ ହାସଲ କରିବା ପରେ ଅନୀଲଙ୍କୁ ୨୮୦୦ କୋଟି ଆର୍ବିଟ୍ରେଶନ ଆୱାର୍ଡ ସହ ଜରିମାନ ଏବଂ ସୁଧ ଡିଏମଆରସି ପ୍ରଦାନ କରିବ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ରିଲାୟନ୍ସ ଇନଫ୍ରା ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

Leave A Reply

Your email address will not be published.