Latest Odisha News

BREAKING NEWS

AK Vs AK: ଅନିଲ କପୁର ଓ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଟ୍ବିଟର ୱାର !

ମୁମ୍ବାଇ: ଅଭିନେତା ଅନିଲ କପୁର ଓ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର । ପ୍ରଥମେ ସାମ୍ନାକୁ ଆସିଥିବା ମଜାଳିଆ ଟ୍ବିଟ୍ ଧୀରେ ଧୀରେ ସବୁ ସୀମା ପାର କରିଛି । ବ୍ୟକ୍ତିଗତ କଥାକୁ ନେଇ ଦୁହେଁ ଦୁଇ ଜଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଦିଲ୍ଲୀ କ୍ରାଇମ୍ ସିରିଜ୍ ଟିମର ପ୍ରଶଂସା କରି ଟ୍ବିଟ୍ କରିଥିଲେ ଅନିଲ କପୁର । ଲେଖିଥିଲେ ଆପଣ ଡିଜର୍ଭ କରୁଛନ୍ତି । ଏବେ ଅନ୍ୟ କିଛି ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳୁଥିବାରୁ ଭଲ ଲାଗୁଛି । ଅନିଲ କପୁରଙ୍କ ଏହି ଟ୍ବିଟ୍ ଉପରେ ଅନୁରାଗ କଶ୍ୟପ ଲେଖିଥିଲେ, ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚୟ ମିଳୁଥିବାରୁ ଭଲ ଲାଗୁଛି । ହେଲେ ଆପଣଙ୍କ ଓସ୍କାର କେଉଁଠି ଅଛି ? ଆଚ୍ଛା ନୋମିନେସନ ?

BjdElectrycity

ଅନୁରାଗଙ୍କ ଏହି କମେଣ୍ଟ ଉପରେ ଜୋରଦାର ଟାର୍ଗେଟ୍ କରିଥିଲେ ଅନିଲ କପୁର । ଜବାବରେ ଅନିଲ ଲେଖିଥିଲେ, ଆପଣ ଓସ୍କାରର ନିକଟତର ସେତେବେଳେ ହୋଇଥିଲେ, ଯେତେବେଳେ ଟିଭିରେ ସ୍ଲମଡଗ୍ ମିଲେନିୟର ଓସ୍କାର ଜିତୁଥିବା ଦେଖିଥିଲେ । ଅନିଲ ଏହା ବି କହିଥିଲେ କି, ତୁମ ଦ୍ବାରା ହୋଇପାରିବ ନାହିଁ । ଏହା ପରେ ଆଗକୁ ବଢିଥିଲା ଟ୍ବିଟର ୱାର । ଏହାର ଜବାବ ଦେଇଥିଲେ ଅନୁରାଗ କଶ୍ୟପ । ଲେଖିଥିଲେ, ଆପଣ ବୋଧେ ସେହି ଫିଲ୍ମ ପାଇଁ ସେକେଣ୍ଡ ଚଏସ ଥିଲେ ନା ?

ଯେତେବେଳେ ଅନୁରାଗ, ଅନିଲଙ୍କ କ୍ୟାରିୟର ଉପରେ କମେଣ୍ଟ କରିଥିଲେ, ଅନିଲ ମଧ୍ୟ ସେହି ଅନ୍ଦାଜରେ ଜବାବ ଦେଇଥିଲେ । ଅନିଲ ଲେଖିଥିଲେ, ତୁମ ପରି କାମ ଖୋଜିବା ସମୟରେ ଚୂଟି ତ ଟାଣିବାକୁ ପଡିନଥାଏ । ଏହା ଉପରେ ପୁଣି ଅନୁରାଗ କଶ୍ୟପ ମଜାଦାର ଜବାବ ଦେଇଥିଲେ । ଲେଖିଥିଲେ, ସାର ଆପଣ ଚୂଟର କଥା ହିଁ କୁହନ୍ତୁ ନାହିଁ । ଆପଣଙ୍କ ଚୂଟି ଯୋଗୁ ତ ଆପଣଙ୍କୁ ଫିଲ୍ମରେ ରୋଲ ମିଳୁଛି । ଅନିଲ କହିଥିଲେ, ମୋ ଭଳି କ୍ୟାରୟର ପାଇଁ ସିରିୟସ୍ ସ୍କଲିର ଆବଶ୍ୟକତା ରହିଛି । ଖାଲି ଏମିତିରେ ୪୦ ବର୍ଷ ହେବ ଆମ ଗାଡି ଚାଲୁନି । ଅନୁରାଗ ଲେଖିଥିଲେ ସବୁ ୪୦ ବର୍ଷର ଗାଡିକୁ ୱେଣ୍ଟେଜ ବୋଲି କୁହାଯାଏନି । ଅନିଲ ଲେଖିଥିଲେ, ମୋ ଗାଡି ୪୦ ବର୍ଷ ତ ଚାଲୁଛି, ତୁମ ଗାଡି ଗ୍ୟାରେଜରୁ ବାହାରିନି ।

ଟ୍ବିଟର ୱାର ଶେଷ କରିବାକୁ ଯାଇ ଅନିଲ କପୁର ଲେଖିଥିଲେ, ମୁଁ ଏଥିପାଇଁ ଦୁଃଖି କି ମୁଁ ତୁମ ସହ ଗୋଟିଏ ଫିଲ୍ମରେ କାମ କରିବାକୁ ନିଷ୍ପିତ୍ତି ନେଇଥିଲି । କିନ୍ତୁ ଚିନ୍ତା କରନି, ଶେଷରେ ମୁଁ ହିଁ ହସିବି । ନେଟପ୍ଲିକ୍ସରେ ଅନିଲ କପୁର ଓ ଅନୁରାଗ କଶ୍ୟକଙ୍କ AK Vs AK ରିଲିଜ୍ ହେବାକୁ ଯାଉଛି । ଏଥିରେ ଦୁଇ ଜଣଙ୍କ ମଧ୍ୟରେ ପ୍ରବଳ ଝଗଡା ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ଭାଇରାଲ ଏହି ଟ୍ବିଟର ୱାର AK Vs AKର ପ୍ରମୋସନ ବୋଲି କୁହାଯାଉଛି ।

Leave A Reply

Your email address will not be published.