Latest Odisha News

BREAKING NEWS

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଥିରେ ରଣବୀରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ଏବଂ ଅନିଲ କପୁର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସମ୍ପ୍ରତି ଫିଲ୍ମର ଷ୍ଟାର କାଷ୍ଟ ‘ଆନିମଲ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ନିକଟରେ ଫିଲ୍ମ ‘ଆନିମଲ’ର ଟ୍ରେଲର ରିଲିଜ ହୋଇଥିଲା । ଏବେ ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମର ୬୦ ସେକେଣ୍ଡର ଟିଜର ରିଲିଜ ହୋଇଛି । ଯେତେବେଳେ ବିଶ୍ୱର ବୃହତ୍ତମ ଟାୱାର ବୁର୍ଜ ଖଲିଫାରେ ଏହି ଟିଜର ପ୍ରଦର୍ଶିତ ହୋଇଥିଲା, ରଣବୀର ଏବଂ ବବି ଏହାକୁ ଆଶ୍ଚର୍ଯ୍ୟ ଭାବରେ ଦେଖୁଥିବାର ନଜର ଆସିଥିଲେ । ଏହି ସମୟରେ ରଣବୀର କପୁର ମଧ୍ୟ ତାଙ୍କ ଫୋନର କ୍ୟାମେରାରେ ଏହି ବିଶେଷ ମୁହୂର୍ତ୍ତକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.