Latest Odisha News

ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ।

BjdElectrycity

ସୂଚନା ଅନୁସାରେ, ଭୁବନେଶ୍ୱର ଲଷ୍ମୀସାଗର ଥାନା ଅଧିନ ଚିନ୍ତାମଣିଶ୍ବର ଅଞ୍ଚଳରୁ ଗତ ମାର୍ଚ୍ଚ ୧୬ତାରିଖରେ ଏକ ମୃତଦେହକୁ ଜବତ କରିଥିଲା ଲଷ୍ମୀସାଗର ଥାନା ପୋଲିସ । ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । କିନ୍ତୁ ନିହାରିକା ମୁଖ୍ୟ ଅବିଯୁକ୍ତ ପିଙ୍କୁକୁ ପ୍ରେମ କରୁଥିଲେ । ଶେଷରେ ଗୌତମ ବିଷୟରେ ନିହାରିକା ତା’ର ପ୍ରେମିକ ପିଙ୍କୁକୁ ଜଣାଇଥିଲା ।

ଏଥିରେ ରାଗି ଯାଇ ପିଙ୍କୁ ଗୌତମକୁ ଫୋନ କରି ଭେଟିବାକୁ କହିଥିଲା । ମାର୍ଚ୍ଚ ୧୬ ତାରିଖ ରାତିରେ ଗୌତମ କାମ ସାରି ଜଟଣୀରୁ ଫେରୁଥିଲା । ତାଙ୍କ ସାଥିରେ ମୃତ ଯୁବକ ଅଞ୍ଜନ ବେହେରା ମଧ୍ୟ ଥିଲେ । ସେହି ସମୟରେ ପିଙ୍କୁ ଓ ନିହାରିକା ସମେତ ଅନ୍ୟ ୪ ଜଣ ଅଭିଯୁକ୍ତ ଗୌତମକୁ ଚିନ୍ତାମଣିଶ୍ବର ରାସ୍ତାରେ ଅଟାଇଥିଲେ । ଏହାପରେ ପିଙ୍କୁ, ନିହାରିକା ଓ ଗୌତମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଞ୍ଜନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପିଙ୍କୁ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଅଞ୍ଜନର ମୃତ୍ୟୁ ହୋଇଥିଲା ।

ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଲକ୍ଷ୍ମୀସାଗର ପୋଲିସ ତଦନ୍ତ କରିଥିଲା । ଘଟଣାର ଦୁଇ ଦିନ ପରେ ମୁଖ୍ୟ ଦୁଇ ଅଭିଯୁକ୍ତ ପିଙ୍କୁ ଓ ତା’ର ପ୍ରେମିକା ନିହାରିକାକୁ ସାଲିଆ ସାହି ପାଖରୁ ଗିରଫ କରିଥିଲା । ଅନ୍ୟ ୪ ଜଣ ଫେରାର ଥିବା ବେଳେ ଆଜି କଟକର ଏକ ଲଜରୁ ଗିରଫ କରିଛି ପୋଲିସ ।

 

 

 

Leave A Reply

Your email address will not be published.