Latest Odisha News

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ, କାଲି ହେବ ଟିଆଇ ପରେଡ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ରିମାଣ୍ଡ ପ୍ରଦାନ କରିଛନ୍ତି ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ । ବିବନକୁ ୫ ଦିନିଆ ରିମାଣ୍ଡ ପାଇଁ ଭୁବନେଶ୍ବର  ସ୍ବତନ୍ତ୍ର ସିଜେଏମଙ୍କ ନିକଟରେ  ଆବେଦନ କରିଥିଲା  ସିବିଆଇ ।

ସେପଟେ ଆସନ୍ତାକାଲି ଜେଲରେ ଥିବା ବିବନର ଟିଆଇ ପରେଡ ହେବ । ବିବନର ଟିଆଇ ପରେଡ ପାଇଁ ମଧ୍ୟ ଅନୁମତି ମିଳିଛି । ଏହି ସମୟରେ ପୀଡିତା ଅଞ୍ଜନା ମିଶ୍ର ମଧ୍ୟ ଉପସ୍ଥିତ ରହିବେ । ଭୁବନେଶ୍ବର ଜେଏମଏଫସିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ ହେବ ।

ବିବନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ସେଦିନର ସେହି ଘଟଣାସ୍ଥଳକୁ ମଧ୍ୟ ନେଇପାରେ ସିବିଆଇ । ୧୯୯୯ ମସିହାର ଏହି ଲୋମହର୍ଷଣକାରୀ ଘଟଣା ଉପରୁ ସମ୍ପୂର୍ଣ୍ଣ  ପରଦା ହଟାଇବାକୁ ସିବିଆଇ ଟିମ୍‌ ଚେଷ୍ଟା କରିବ । କମିସନରେଟ ପୋଲିସର  ସ୍ବତନ୍ତ୍ର ଟିମ୍‌  ଅପରେସନ ‘ସାଇଲେଣ୍ଟ  ଭାଇପର’ ଦ୍ବାରା ପୁନେରୁ ଗିରଫ ହୋଇଥିଲା  ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ । ବର୍ତ୍ତମାନ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିଛି ବିବନ ।

Leave A Reply

Your email address will not be published.