Latest Odisha News

BREAKING NEWS

ୱିଜଡେନ ବାଛିଲା ଶ୍ରେଷ୍ଠ ଟି୨୦ ଏକାଦଶ, ଧୋନୀ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଏହି ଟିମରେ ୬ଜଣ ଏସୀୟ ଖେଳାଳି ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ବୋଲର ରହିଛନ୍ତି ।
ୱିଜଡେନ ସର୍ବକାଳୀନ ଶ୍ରେଷ୍ଠ ଏକାଦଶ: କ୍ରିସ ଗେଲ୍‌, ମାହେଲା ଜୟବର୍ଦ୍ଧନେ, ବିରାଟ କୋହଲି, କେଭିନ ପିଟରସନ, ମାର୍ଲନ ସାମୁଏଲ୍ସ, ମାଇକ ହସୀ, ଏମଏସ ଧୋନୀ (ଅଧିନାୟକ), ଶାହୀଦ ଆଫ୍ରିଦୀ, ଲାସିଥ ମାଲିଙ୍ଗା, ଉମର ଗୁଲ, ସଏଦ ଆଜମଲ ।

Leave A Reply

Your email address will not be published.