Latest Odisha News

BREAKING NEWS

କୁଡୁତୁଲିରେ ଚାଞ୍ଚଲ୍ୟ: ଏଏନଏମଙ୍କୁ ଆକ୍ରମଣ ପରେ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା

କନ୍ଧମାଳ: ମହିଳା ଏଏନଏମଙ୍କ କଇଁଚିରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା। କନ୍ଧମାଳ ଜିଲା ବାଲିଗୁଡା କେ.ନୂଆଗାଁ ଥାନା କୁଡୁତୁଲିରେ ଘଟିଛି ଏହି ଅଭାବନୀୟ ଘଟଣା। ଏଏନଏମଙ୍କ କ୍ୱାର୍ଟର୍ସ ଭିତରେ ପୁରୁଷ ବନ୍ଧୁ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ଅଞ୍ଚଳର ଜଗନ୍ନାଥ ବେହେରା।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଏନଏମ ଜଣଙ୍କ ବିବାହିତା। ଗତ ୫ବର୍ଷ ଜଗନ୍ନାଥ ଏଏନଏମଙ୍କ ମଧ୍ୟରେ ସମ୍ପର୍କ ରହିଥିଲା। ରବିବାର ଜଗନ୍ନାଥ ଏଏନଏମଙ୍କ କ୍ୱାର୍ଟର୍ସକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏନେଇ ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଜଗନ୍ନାଥ। ଏଏନଏମ ଜଣକ ଚିଲେଇ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ଏଏନଏମ କେନ୍ଦ୍ରର କବାଟ ଦେଇ ଆତ୍ମହତ୍ୟା କରିଥିଲେ ଜଗନ୍ନାଥ ।

ତେବେ ଗ୍ରାମବାସୀମାନେ ଏଏନଏମଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେପଟେ ପୁରୁଷ ବନ୍ଧୁ ଜଣଙ୍କ କିନ୍ତୁ ଏଏନଏମଙ୍କ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜୋରଦାର କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଊର୍ଦ୍ଧ୍ବାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Leave A Reply

Your email address will not be published.