Latest Odisha News

‘ଅରବିନ୍ଦ ମୋ କଥା କେବେ ଶୁଣିଲେ ନାହିଁ, ଏଥିପାଇଁ ମୁଁ ଦୁଃଖିତ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଗିରଫ କରିଛି ଇଡି । ଏହାକୁ ଆପ୍‌ ନେତାଙ୍କ ସହିତ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଘଟଣାରେ ସମାଜସେବୀ ଆନ୍ନା ହଜାରେ ପ୍ରତିକ୍ରିୟା ରଖିଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ସେ କହିଛନ୍ତି ଯେ, ‘ଅତୀତରେ ଆମେ ଦୁହେଁ ମଦ ଭଳି ଦୁର୍ନୀତି ବିରୋଧରେ ଏକାଠି ଠିଆ ହୋଇଥିଲୁ । ହେଲେ ଆଜି ସେ ନିଜେ ମଦ ତିଆରି କରୁଛନ୍ତି । ‘ଅରବିନ୍ଦ ମୋ କଥା କେବେ ଶୁଣିଲେ ନାହିଁ ଏବଂ ମୁଁ ଏଥିପାଇଁ ଦୁଃଖିତ’ ।

ଆନ୍ନା ହଜାରେ ଆହୁରି କହିଛନ୍ତି ଯେ, ‘ମଦ ଦୁର୍ନୀତି ବନ୍ଦ କରିବା ପାଇଁ ମୁଁ କେଜ୍ରିୱାଲଙ୍କୁ ଅନେକ ଥର ଚିଠି ଲେଖିଥିଲି, ମଦ ନୀତି ଉପରେ ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲେ ଏବଂ ସେ ମଦ ନୀତି ଆରମ୍ଭ କରିଥିଲେ । ସେହି ମଦ ନୀତି ଯୋଗୁଁ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆନ୍ନା ହଜାରେ କହିଛନ୍ତି’ ।

Comments are closed.