Latest Odisha News

BREAKING NEWS

କିଏ ହେବେ ରାଜ୍ୟ ବିଜେପି ମଙ୍ଗୁଆଳ? ଆସନ୍ତାକାଲି ହୋଇପାରେ ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର: କିଏ ହେବେ ଓଡ଼ିଶା ରାଜ୍ୟ ବିଜେପିର ନୂଆ ସଭାପତି ଏହାକୁ ନେଇ ଚାଲିଛି ଜୋରଦାର୍ ଚର୍ଚ୍ଚା । ଏପରିକି ଏବେଠାରୁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୁରୁବାର ଦିନ ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷିତ ହୋଇପାରେ ବୋଲି ସୂଚନା ମିଳିଛି ।

ରାଜ୍ୟ ବିଜେପି କାର୍ଯ୍ୟଳୟଠାରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଆସିଷ୍ଟାଣ୍ଡ ରିଟର୍ଣ୍ଣିଂ ଅଫିସର୍ ସୁଦୀପ୍ତ ରାୟ ସୂଚନାଦେଇ କହିଛନ୍ତି ଯେ, ଗୁରୁବାର ଦିନ ୩ଟା ସମୟରେ ସଭାପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ହେବ । ଦିନ ୫ଟା ୩୦ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ ହେବ ବୋଲି ଜଣାପଡ଼ିଛି । ସେହପରି ଭାବେ ରାତି ୭ଟା ୩୦ ସୁଦ୍ଧା ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

“ଆପୋଷ କଥାବାର୍ତ୍ତା ଦ୍ୱାରା ସର୍ବସମ୍ମତ ଭାବେ ବିଜେପି ସଭାପତି ନିର୍ବାଚନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦି ଏହି ପଦବୀ ଲାଗି ଏକାଧିକ ପ୍ରାର୍ଥୀ ଇଚ୍ଛୁକ ରହିବେ ତେବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜୀବ ପ୍ରତାପ ରୁଡ଼ି ଏବଂ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହେବ,” ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.