Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ସ୍ୱସ୍ତି ସିଂହ

ଗୌହାଟୀ: ଆସାମର ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୨୧ ବର୍ଷରୁ କମ୍ ସାଇକେଲ ଚାଳନା ବିଭାଗରେ ଓଡ଼ିଶା ଲାଗି ସ୍ୱସ୍ତି ସିଂହ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହି ରେସକୁ ସ୍ୱସ୍ତି ୧୪:୫୩:୨୩ ମିନିଟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ପୂର୍ବରୁ ସୋମବାର ଦିନ ୬୦ କିମି ମାସ୍ ଷ୍ଟାର୍ଟ ଇଭେଣ୍ଟରେ ୨ ଘଣଣ୍ଟା ୧୧ ମିନିଟ୍ ୫୨.୨୧ ସେକେଣ୍ଡରେ ଅତିକ୍ରମ କରି ଏକ ରୌପ୍ୟ ପଦକ ହାସଲ କରିଥିଲେ ।

ସ୍ୱସ୍ତିଙ୍କ ମାତା ଉମା ଦେବୀ ଏବଂ ତାଙ୍କ ପିତା ଅମର ସିଂହ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ(ଆରଏସପି)ର ଅକ୍ସିଜେନ ପ୍ଲାଣ୍ଟରେ କାର୍ଯ୍ୟରତ । ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ସାଇକ୍ଲିଂ କୋଚ୍ ସୁଶିଲ୍ ଦାସଙ୍କ ଠାରୁ ସ୍ୱସ୍ତି ସାଇକେଲିଂ ଚାଳନା ଶିଖିଛନ୍ତି ।

ନିକଟରେ ୨୦୧୯ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଲାଗି ଏକ ରୌପ୍ୟ ପଦକ ହାସଲ କରିଥିଲେ । ସେ ମଧ୍ୟ ଜୟପୁରରେ ଅନୁÂିତ ହୋଇଥିବା ୨୪ତମ ଜାତୀୟ ରୋଡ୍ ସାଇକ୍ଲିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି ।

Leave A Reply

Your email address will not be published.