Latest Odisha News

BREAKING NEWS

ବଢିଲା ଦୈନିକ ମଜୁରୀ; ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରବାସୀ ଶ୍ରମିକଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ୧୧ଟି ଜିଲ୍ଲାର ଶ୍ରମିକମାନେ ଅନ୍ୟ ରାଜ୍ୟକୁ କର୍ମ ସଂସ୍ଥାନ ଲାଗି ପୂର୍ବରୁ ଚାଲିଯାଉଥିଲେ । ଏବେ ଏହି ପ୍ୟାକେଜ ଘୋଷଣା ହେବା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ତ୍ୱରୀତ ମଜୁରୀ ବ୍ୟବସ୍ଥା ଫଳରେ ଏହି ଶ୍ରମିକମାନେ ଆଉ ବାହାର ରାଜ୍ୟକୁ ଯିବେ ନାହିଁ ।

ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ୧୧ ଜିଲ୍ଲା ଗୁଡିକ ହେଉଛି, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ଖୋର୍ଦ୍ଧା। ଶ୍ରମିକଙ୍କ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି।

ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନ ରେ ସହାୟକ ହେବ। ଦାଦନ ରୋକିବାକୁ ରାଜ୍ୟରେ ୪ଟି ଜିଲ୍ଲାକୁ ଫୋକସ କରିବାକୁ କୁହାଯାଇଛି। ସମ୍ପୃକ୍ତ ଜିଲ୍ଲା ଗୁଡିକ ହେଉଛି , ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି। ୪ଟି ଜିଲ୍ଲାରେ ୧୦୦ ଦିନ ବଦଳରେ ଶ୍ରମିକଙ୍କୁ ୨୦୦ ଦିନର କାମ ମିଳିବ। ୪ଟି ଜିଲ୍ଲାର ୨୦ଟି ବ୍ଲକର ଶ୍ରମିକ ଉପକୃତ ହେବେ। ମନେରେଗାରେ ଦୈନିକ ୨୮୬.୩୦ ଟଙ୍କାରେ ଶ୍ରମିକ କାମ କରିବେ। ୨୦ଟି ବ୍ଲକର ଯୋଗ୍ୟ ବିବେଚିତ ପରିବାରକୁ ପକ୍କା ଘର ଯୋଗାଇଦିଆଜିବ। ସବୁ ପଂଚାୟତ ରେ ପ୍ରତି ପାରିବାରକୁ ଏସଏଚଜି ରେ ସାମିଲ କରାଯିବ।

ପ୍ରବାସୀ ଶ୍ରମିକଙ୍କର ଆର୍ଥିକ ସ୍ଵଛଳତା ବୃଦ୍ଧି କରିବା ସହ ନିଜ ଅଞ୍ଚଳରେ କାମ କରିବା ପାଇଁ ବ୍ୟାଙ୍କି ସୁବିଧା ସହିତ ଅର୍ଥରାଶି ଯୋଗାଇଦେବା ଲାଗି ରାଜ୍ୟର ୨୦ଟି ବ୍ଲକରେ ଚିହ୍ନଟ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଶ୍ରମିକ ମିତ୍ର ଭାବେ ଘୋଷିତ କରାଯିବ। ୧୮ ରୁ ୩୫ ବର୍ଷ ମଧ୍ୟରେ ଥିବା ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ଓ ନିଯୁକ୍ତି ଭିତ୍ତିକ ତାଲିମ ଓରମାସ ମାଧ୍ୟମରେ ଦିଆଯିବ।

ଆଜିର ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ସୁଶାନ୍ତ ସିଂ, ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧକ୍ଷ ସୁବାଷ ସିଂ, ଶ୍ରମ ଆୟୁକ୍ତ ଏନ ଥିରୁମାଲା ନାୟକ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ବହୁ ବିଶିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.