Latest Odisha News

BREAKING NEWS

ଆରମ୍ଭ ହେଲା ବିଦେଶାଗତ ପକ୍ଷୀ ଗଣନା, ପକ୍ଷୀଙ୍କ ଠାରେ ଲାଗିବ ସାଟେଲାଇଟ୍‌ ରିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଦେଶାଗତ ପକ୍ଷୀଗଣନା । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ, ସମ୍ବଲପୁରରେ ଚାଲିଛି ପକ୍ଷୀଗଣନା। ପକ୍ଷୀଗଣନାରେ ଭିତରକନିକାର ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍ ସାମିଲ ହୋଇଛନ୍ତି । ସେହିପରି ଚିଲିକାର ୫ଟି ରେଂଜରେ ୨୧ ଟିମ୍‌ ଦ୍ବାରା ପକ୍ଷୀ ଗଣନା ଜାରି ରହିଥିବା ବେଳେ ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ୩୨ଟି ଟିମ୍‌ ପକ୍ଷୀଗଣନା କରୁଛନ୍ତି । ଏଥିସହ ପୁରୀ ବନଖଣ୍ଡର ୫ଟି ରେଂଜରେ ୨୫ ଟିମ୍ ନିୟୋଜିତ ଅଛନ୍ତି ।

ଏଥର ପକ୍ଷୀ ଗଣନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହ ବର୍ଷକ ମଧ୍ୟରେ ୧୦ଟି ବିଦେଶାଗତ ପ୍ରଜାତିଙ୍କଠାରେ ସାଟେଲାଇଟ୍‌ ରିଂ ଲଗାଯିବ। ସେମାନେ କେଉଁଠାରୁ ଆସୁଛନ୍ତି, ପ୍ରତିବର୍ଷ ଆସୁଛନ୍ତି କି ନାହିଁ, କେତେ ବାଟ ପର୍ଯ୍ୟନ୍ତ ଯାଉଛନ୍ତି ଆଦି ଅନୁଧ୍ୟାନ କରିବାକୁ ଏହି ରିଂ ଲାଗିବ। ତେବେ ପ୍ରଥମ ପର୍ଯ୍ୟାୟ ପକ୍ଷୀ ଗଣନା ସମୟରେ ୨ ରୁ ୪ ଟି ପ୍ରଜାତି ପକ୍ଷୀଙ୍କଠାରେ ଏହି ରିଂ ଲଗାଇବାକୁ ବନ ବିଭାଗ ଯୋଜନା‌ ପ୍ରସ୍ତୁତ କରିଛି। ପର୍ଯ୍ୟାୟକ୍ରମେ ବର୍ଷକ ମଧ୍ୟରେ ୧୦ଟି ପ୍ରଜାତିର ପକ୍ଷୀଙ୍କଠାରେ ସା‌ଟେଲାଇଟ୍‌ କଲର୍‌ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚିଲିକା, ନଳବଣ, ଭିତରକନିକା, ଅଂଶୁପା, ହରାକୁଦ ପରି ପ୍ରମୁଖ ଜଳାଶୟରେ ଗଣନା ଚାଲିଛି ।

Comments are closed.