Latest Odisha News

ଓଠର କଳା ଦାଗ ଏପରି ଦୂର କରନ୍ତୁ..

ଭୁବନେଶ୍ବର: ରାସାୟନିକ ପଦାର୍ଥ ମିଶିଥିବା ଲିପ୍‌ଷ୍ଟିକ୍‌ ବ୍ୟବହାର କରିବା ଦ୍ବାରା ଓଠରେ କଳା ଦାଗ ହୋଇଥାଏ  । ଏଥିସହ ଅନେକ କାରଣ ରହିଛି ଓଠ କଳା ପଡିବାର । ତେବ  ଓଠର ଏହି ଦାଗକୁ ଦୂର କରିବାପାଇଁ କିଛି ଘରୋଇ ଉପାୟ ରହିଛି..

-ନଡ଼ିଆ ତେଲ, ଲେମ୍ବୁରସ ସହ କାକୁଡ଼ି ରସକୁ ମିଶାନ୍ତୁ ଓ ଏହା ଓଠରେ ଲଗାନ୍ତୁ । ଦେଖିବେ ଧୀରେ ଧୀରେ ଓଠ ନରମ ହେବା ସହ କଳା ଦାଗ ଦୂର ହେବ ।

-ଶୋଇବା ପୂର୍ବରୁ କିଛି ନଡ଼ିଆ ତେଲ ଓଠରେ ଲଗାନ୍ତୁ। କିଛିଦିନ ପରେ ଓଠର ପ୍ରକୃତ ରଙ୍ଗ ଆସିଯିବ ଓ ନରମ ହେବ ।

– ଓଠରେ ଗୋଲାପ ଜଳ ଲଗାଇ ରାତିରେ ଶୋଇଯାଆନ୍ତୁ। ନିୟମିତ କଲେ  ଓଠର କଳାଅଂଶ ଦୂର ହୁଏ ।

-ପ୍ରତିଦିନ ଲେମ୍ବୁରସ ଲଗାଇବା ଦ୍ୱାରା ପିଗ୍‌ମେଟେସନ ଦୂର ହୋଇଥାଏ ।

-ବାଦମ ତେଲକୁ ଓଠରେ ଲଗାନ୍ତୁ। କିଛିଦିନ ବ୍ୟବଧାନ ପରେ କଳା ପଡ଼ିଥିବା ଓଠ ସୁନ୍ଦର ହୋଇଯିବ ।

Comments are closed.