Latest Odisha News

ମାସିକ ସାହିତ୍ୟ ପତ୍ରିକା ସମାରୋହର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସାହିତ୍ୟ ସେବକ ଦୁର୍ଗା ମାଧବ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ମାସିକ ସାହିତ୍ୟ ପତ୍ରିକା “ସମାରୋହ”ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ଏହି ଉତ୍ସବରେ ସାହିତ୍ୟିକା ମନୋରମା ମହାପାତ୍ର ସଭାପତିତ୍ୱ କରି କହିଛନ୍ତି ଯେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାହିତ୍ୟ ପୁସ୍ତକ ଉପହାର ଭାବରେ ଦିଆଗଲେ, ଲୋକଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି ପାଇବ।ଏହି ଅବସରରେ ସାମ୍ବାଦିକ ଜୟାଶୀଷ ରାୟ, ସାହିତ୍ୟିକ ହୃଷୀକେଶ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ।

Comments are closed.