Latest Odisha News

BREAKING NEWS

ଭଦ୍ରକ ବରପଦାରେ ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ବସ୍ ,୧୮ରୁ ଉର୍ଦ୍ଧ୍ବ ଗୁରୁତର

ଭଦ୍ରକ : ଭଦ୍ରକ ବରପଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି  ।  ବସ୍ ଏବଂ ଆମ୍ବୁଲାନ୍ସ ମୁହାଁମୁହି ଧକ୍କା ହୋଇଛି  । ଆମ୍ବୁଲାନ୍ସକୁ ଧକ୍କା ଦେଇ ବସଟି ଓଲଟି ପଡିଛି  ।ଫଳରେ ଏଥିରେ ୧୮ରୁ ଉର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସୂଚନା ମୂତାବକ କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ଭଦ୍ରକରରୁ ଯାତ୍ରୀ ନେଇ ଅଗରପଡା ଯାଉଥିଲା  ।

ଏତିକି ବେଳେ ରାଇମଣି ନିକଟରେ ଏକ ଆମ୍ବୁଲାନ୍ସ ସହ ଧକ୍କା ହୋଇଥିଲା ।  ବସଟି ଓଲଟି ପଡିବା ଯୋଗୁଁ ଏଥିରେ ଥିବା ୧୮ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ମେଡିକାଲରେ ଜିଲ୍ଲା ପ୍ରଶାସନ ଓ ବିଧାୟକ ଉପସ୍ଥିତ ରହିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.