Latest Odisha News

BREAKING NEWS

ଓଡିଶା କ୍ରୀଡା ସାମ୍ବାଦିକ ସଂଘର (ଓସ୍‌ଜା) ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶାରେ କ୍ରୀଡର ପ୍ରସାର ଦିଗରେ କ୍ରୀଡା ସାମ୍ବାଦିକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସମସ୍ତ ପ୍ରକାରର ସରକାରୀ ତଥା ବେସରକାରୀ ସ୍ତରୀୟ କ୍ରୀଡା ଆୟୋଜନକୁ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ କ୍ରୀଡା ସାମ୍ବାଦିକ ସାଜିଥାନ୍ତି ବାର୍ତ୍ତାବାହକ । ତେଣୁ କ୍ରୀଡା ସାମ୍ବାଦିକତାର ଗୁଣାତ୍ମକ ବିକାଶ ପାଇଁ ଓଡିଶା କ୍ରୀଡା ସାମ୍ବାଦିକ ସଂଘର ବାର୍ଷିକ ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

BjdElectrycity

ଓଡିଶା ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ (ଓସ୍‌ଜା), ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ ଓ ବିଶ୍ୱ କ୍ରୀଡା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ । ଆଜି ଭୁବନେଶ୍ୱର ସହିଦ ସ୍ପୋର୍ଟିଂ ସଭାଗୃହରେ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକାରୀ ସଭାପତି କେ. ରବି ଓ ବରିଷ୍ଠ ସଭାପତି ସୁଶାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ସଭାରେ କାର୍ଯ୍ୟ ସମ୍ପାଦନା କ୍ଷେତ୍ରରେ କ୍ରୀଡା ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ସମ୍ମାନ ପୁନଃ ପ୍ରଦାନ କରାଯିବା, କ୍ରୀଡା ସାମ୍ବାଦିକଙ୍କୁ ପଂଜିକୃତ ସାମ୍ବାଦିକର ମାନ୍ୟତା ଓ ଓସ୍‌ଜା ରାଜ୍ୟ କାର୍ଯ୍ୟାଳୟ ସକାଶେ ଏକ ସରକାରୀ ଆବାସ ପ୍ରଦାନ ପାଇଁ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଏକ ପ୍ରତିନିଧି ମଣ୍ଡଳ ଭେଟିବା ଲାଗି ସ୍ଥିର କରାଯାଇଥିଲା ।

ଅନ୍ୟପଟେ ମାର୍ଚ୍ଚ ୨୧’ ତାରିଖକୁ ଓସ୍‌ଜାର ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି କରୋନା ମହାମାରୀ ପାଇଁ ୨୦୨୦-୨୨ବର୍ଷର ମେମ୍ବର୍ ଫିସ୍ ଛାଡ ଓ ନୂଆ କ୍ରୀଡା ସାମ୍ବାଦିକଙ୍କୁ ସଂଘରେ ପଂଜିକରଣ ପ୍ରସ୍ତାବ ପାରିତ ହୋଇଥିଲା । ବୈଠକ ଅବସରରେ ଭାରତୀୟ କ୍ରୀଡା ସାମ୍ବାଦିକ ସଂଘର ଉପ-ସଭାପତି ଭାବେ ନିକଟରେ ନିର୍ବାଚିତ ହୋଇଥିବା ସମ୍ବିତ ମହାପାତ୍ରଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା କରାଯାଇଥିଲା ।

ବିଭିନ୍ନ ନିଷ୍ପତ୍ତି ମଧ୍ୟରେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଓସ୍‌ଜାର କର୍ମକର୍ତ୍ତା ନିର୍ବାଚନ ମଧ୍ୟ କରାଯାଇଥିଲା । ନୂଆ ସାଧାରଣ ସମ୍ପାଦକ ଭାବେ ଦେବୀ ପ୍ରସନ୍ନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ଦେବାଶିଷ ସୁନ୍ଦରାୟ ମନୋନୀତ ହୋଇଛନ୍ତି । ଅନ୍ୟ ପଦାଧିକାରୀଙ୍କ ମଧ୍ୟରେ ସଭାପତି ଭାବେ ସନ୍ଦୀପ ମିଶ, କାର୍ଯ୍ୟକାରୀ ସଭାପତି କେ. ରବି, ଉପ-ସଭାପତି ଭୂମିକାରେ ସଂଜୀବ ବିଶ୍ୱାଳ, ସମୀକ୍ଷା ପଟ୍ଟନାୟକ, ହିମାଂଶୁ ପତି ମିଶ୍ର, ଯୁଗ୍ମ ସମ୍ପାଦକ ରୂପେ ସୁରେଶ ସ୍ୱାଇଁ, ଜ୍ଞାନରଂଜନ ମିଶ୍ର, ତପନ କୁମାର ସ୍ୱାଇଁ, କାର୍ଯ୍ୟନିର୍ବାହୀ କମିଟିରେ ସୁଶାନ୍ତ ମହାନ୍ତି, ସନାତନ ପାଣି, ସମ୍ବିତ ମହାପାତ୍ର, ତନ୍ମୟ ଦାସ, ସମୀର ରାଉତ, ସୁକେଶ ବେହେରା ଓ ଦୀପ୍ତି ରଂଜନ ସାମଲ ମନୋନୀତ ହୋଇଛନ୍ତି ।

ଆଜିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ବିମଲ କୁମାର, ପ୍ରତାପ ପ୍ରଧାନ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ଚକ୍ରଧର ମାଝୀ, ମନୋରଂଜନ ଦାସ, ରଂଜନ ରାୟ, ସୁଜିତ ଦାସ, ବେଣୁଧର ଦାସ, ମହେନ୍ଦ୍ର ସାହୁ, ଉମାକାନ୍ତ ମିଶ୍ର, ମୋହନ ସ୍ୱାଇଁ, ତୁଷାର ସେନାପତି ଓ କୁମାର ଶ୍ରୀ ସାହୁ ସାମିଲ ହୋଇଥିଲେ ।

Leave A Reply

Your email address will not be published.