Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ସାରା ରାଜ୍ୟରେ ଆଜିଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି ।

ଏହି ପରୀକ୍ଷା ରାଜ୍ୟର ୧,୦୯୧ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୧,୫୫୬ ଜୁନିୟର କଲେଜରେ ପାଖାପାଖି ୩,୬୯,୫୩୭ ଛାତ୍ରଛାତ୍ରୀ ପରିକ୍ଷା ଦେଉଛନ୍ତି । ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି ।

ରାଜ୍ୟରେ କଳା ବିଭାଗରେ ସମୁଦାୟ ୨,୩୫,୧୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ବିଜ୍ଞାନରେ ୯୯,୦୧୮, ବାଣିଜ୍ୟରେ ମୋଟ ୨୭,୨୭୮ ଏବଂ ଭୋକେସନାଲ ପରୀକ୍ଷାରେ ୮,୦୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାଜ୍ୟରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ପରିକ୍ଷା ଆରମ୍ଭ କରାଯାଇଛି । ଏଥିପାଇଁ ପରିକ୍ଷା କେନ୍ଦ୍ର ମଧ୍ୟକୁ ପରିକ୍ଷାର୍ଥୀମାନଙ୍କୁ ସ୍ମାର୍ଟୱାଚ୍ ନେବା ପାଇଁ ବାରଣ କରାଯାଇଛି ।

ଆହୁରି ମଧ୍ୟ ସମସ୍ତ ପରିକ୍ଷାକେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ପ୍ରଥମଥର ପାଇଁ ପରିଷଦ କଣ୍ଟ୍ରୋଲ ରୁମ୍ ନଂ (୦୬୭୪-୨୩୦୩୮୦୩/୨୩୦୦୦୯୯) ଜାରି କରାଯାଇଛି । ପରିକ୍ଷା କେନ୍ଦ୍ର ଗୁଡିକରେ କୌଣସି ପ୍ରକାର ଅନିୟମିତତା ସମ୍ପର୍କରେ ବ୍ୟକ୍ତିମାନେ ଏହି ନଂରେ କଲ୍ କରି ସୂଚନା ଦେଇପାରିବେ । ଏହି ନଂ ଯୋଗେ ମଧ୍ୟ କାଉନସିଲ୍ ସହ ସମ୍ପର୍କ କରାଯାଇପାରିବ ।

Leave A Reply

Your email address will not be published.