Latest Odisha News

BREAKING NEWS

କେନ୍ଦ୍ରାପଡା: ନଦୀରେ ଗାଧୋଇବା ବେଳେ କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ଜଣେ ଯୁବକ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି ।

ଆହତ ଯୁବକଙ୍କ ନାମ ଭାଗବତ ରାଉତ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଭାଗବତ ଆଜି ସକାଳେ ଉକ୍ତ ନଦୀରେ ଗାଧୋଇବା ସମୟରେ ଦୁର୍ଭାଗ୍ୟବଶତଃ ଏକ କୁମ୍ଭୀର ହଠାତ୍ ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା । ସମ୍ପୃକ୍ତ ଯୁବକ ଜଣକ ସାହସର ସହିତ କୁମ୍ଭୀର ସହ ଲଢି ନିଜକୁ ରକ୍ଷା କରିଥିଲେ ।

ପରବର୍ତ୍ତୀ କିଛି ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ତେବେ ଘାଟଗୁଡିକରେ ବନ ବିଭାଗ ଦ୍ୱାରା ତାର ଜାଲି ନିର୍ମିତ ହୋଇଥିବା ବେଳେ, ସେଗୁଡିକ ଛିଡି ଯାଇଥିବାରୁ ଘାଟକୁ କୁମ୍ଭୀର ପଶି ଆସୁଥିବା ନେଇ କିଛି ସ୍ଥାନୀୟ ଲୋକମାନେ କହିଛନ୍ତି ।

Leave A Reply

Your email address will not be published.