Latest Odisha News

BREAKING NEWS

ମିଷ୍ଟର ୩୬୦ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେନି

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟର ଏବି ଡିଭିଲର୍ସ ଆଜି ସାରା ବିଶ୍ୱରେ ଥିବା ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ଟି୨୦ ବିଶ୍ୱକପ ନିମନ୍ତେ ସେ ଦଳକୁ ଫେରିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମଙ୍ଗଳବାର ଏହାର ଅବସାନ ଘଟିଛି । ମିଷ୍ଟର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଏହି ବ୍ୟାଟ୍ସମ୍ୟାନ ଅବସର ନିଷ୍ପତି ପରିବର୍ତନ କରିବେ ନାହିଁ ବୋଲି କହିଛନ୍ତି ।

କୋଚ ମାର୍କ ବାଉଚରଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ଏହା ପରେ ଦକ୍ଷିଣ ଆଫ୍ରିକା ବୋର୍ଡ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟେଷ୍ଟ ଏବଂ ଟି୨୦ ଦଳ ଘୋଷଣା କରିଛି । ଡିଭିଲର୍ସ ଅବସର ଘୋଷଣା କରିଥିଲେ ମଧ୍ୟ ଏହାର ପ୍ରଭାବ ତାଙ୍କ ପ୍ରଦର୍ଶନ ଉପରେ ପଡି ନ ଥିଲା । ଆଇପିଏଲ ଏହାର ଜ୍ୱଳନ୍ତ ଉଦାହରଣ ।

Leave A Reply

Your email address will not be published.