Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଥମିବାର ନାଁ ନେଉନି ମହାମାରୀ କରୋନା । ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୯୦ । ସେହିପରି ଆଜି ସୁସ୍ଥ ହୋଇଛନ୍ତି ୯୯୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୬୯ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୫୩ ଜଣ ଅଛନ୍ତି । ସେହିପରି ଲକ୍ଷ୍ମୀସାଗରରୁ ୨୫ ଜଣ ଥିବା ବେଳେ, ୟୁନିଟ-୮ରୁ ୨୩, ସୁନ୍ଦରପଦାରୁ ୨୦, ଶୈଳଶ୍ରୀବିହାରରୁ ୨୭, ନୀଳାଦ୍ରିବିହାରରୁ ୧୯, ସହିଦନଗରରୁ ୧୭, ମଞ୍ଚେଶ୍ବରରୁ ୧୯, ୟୁନିଟ-୬ରୁ ୧୮, ଡୁମୁଡୁମାରୁ ୪୫, ଚନ୍ଦ୍ରଶେଖରପୁରରୁ ୨୮, ନୟାପଲ୍ଲୀରୁ ୪୦, ଖଣ୍ଡଗିରିରୁ ୪୦, ବରମୁଣ୍ଡାରୁ ୨୩, ଝାରପଡ଼ାରୁ ୨୩, ବଡ଼ଗଡ଼ରୁ ୧୯, ଘାଟିକିଆରୁ ୧୫ ଜଣ ସଂକ୍ରମିତ ଅଛନ୍ତି ।

କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ୧୯ ଜଣ ଥିବା ବେଳେ, ଚନ୍ଦ୍ରଶେଖରପୁରରୁ ୧୧, ଡୁମୁଡୁମାରୁ ୧୦, ନୟାପଲ୍ଲୀରୁ ୧୨ ଜଣ ସଂକ୍ରମିତ ଅଛନ୍ତି । ଏହାସହ ଭୁବନେଶ୍ବରର ବାକି ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୭୦ ହଜାର ୯୬୪ ଜଣ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୫୭ ହଜାର ୮୨୭ ଜଣ ସୁସ୍ଥ ହୋଇଥିବା ବେଳେ, ୩୨୧ ଜଣଙ୍କ ଜୀବନ ଗଲାଣି । ବାକି ୧୨ ହଜାର ୭୯୫ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.