Latest Odisha News

ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ମହାମାରୀ କରୋନା ସଂକ୍ରମର । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟଭୀତ ଅବସ୍ଥାରେ ଲୋକେ । ତେବେ ଏହାରି ଭିତରେ ଆକ୍ରାନ୍ତ ସଂଖ୍ୟା ପରି ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧ ହଜାର ୭୬୯ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୩୨ ଜଣ ଥିବା ବେଳେ, ଅନୁଗୁଳରୁ ୯୪୩, କଟକରୁ ୮୫୨, ଯାଜପୁରରୁ ୬୭୯, ସୁନ୍ଦରଗଡ଼ରୁ ୬୨୭, ସମ୍ବଲପୁରରୁ ୫୩୮, ବଲାଙ୍ଗିରରୁ ୫୦୬, ବାଲେଶ୍ବରରୁ ୪୭୨, ମୟୂରଭଞ୍ଜରୁ ୪୪୯, ଭଦ୍ରକରୁ ୪୧୪, କୋରାପୁଟରୁ ୩୫୫, ବରଗଡ଼ରୁ ୩୫୧, ପୁରୀରୁ ୩୫୦, ନବରଙ୍ଗପୁରରୁ ୩୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କଳାହାଣ୍ଡିରୁ ୨୭୧ ଜଣ ସୁସ୍ଥ ହୋଇଥିବା ବେଳେ, ଜଗତସିଂହପୁରରୁ ୨୬୭, କେନ୍ଦୁଝରରୁ ୨୩୭, ସୋନପୁରରୁ ୨୩୬, ଝାରସୁଗୁଡ଼ାରୁ ୨୩୧, ଗଞ୍ଜାମ ଓ ନୟାଗଡ଼ରୁ ୨୧୫ ଜଣ ଲେଖାଏଁ, ବୌଦ୍ଧରୁ ୧୯୦, ନୂଆପଡ଼ାରୁ ୧୮୦, ଢେଙ୍କାନାଳରୁ ୧୬୯, ରାୟଗଡ଼ାରୁ ୧୬୫, କେନ୍ଦ୍ରାପଡ଼ାରୁ ୧୬୨, ମାଲକାନଗିରିରୁ ୧୧୧, ଦେବଗଡ଼ରୁ ୧୦୬, କନ୍ଧମାଳରୁ ୭୫, ଗଜପତିରୁ ୬୩ ଓ ଷ୍ଟେଟ୍ ପୁଲରୁ ୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୧୨ ହଜାର ୯୯୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.