Latest Odisha News

BREAKING NEWS

ସୁରକ୍ଷା ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବ୍ୟବସ୍ଥ ଗ୍ରହଣ କରାଯାଇଛି । ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ରାଜନଗର ଓ ମହାକାଳପଡା ବ୍ଲକରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩୦୦୦ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

ପାଖାପାଖି ୬୦ ରୁ ୭୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି । ସେହିଭଳି ବାତ୍ୟା ପରବର୍ତ୍ତୀ ସମୟର ମୁକାବିଲା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି । ୫ଟି NDRF ଟିମ ସହ ୪ ଟି ଓଡ୍ରାଫ ଟିମ ଓ ୫ ଟି ଅଗ୍ନିଶମ ଟିମ ସଜାଗ ଥିବା କହିଛନ୍ତି ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସମ୍ବିତ ଶତପଥୀ ।

Leave A Reply

Your email address will not be published.