Latest Odisha News

BREAKING NEWS

ଭୁବନେଶ୍ବରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଉପରମୁହାଁ । ପ୍ରତିଦିନି ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ, ଚିନ୍ତା ବଢ଼ାଇଛି ହଟସ୍ପଟ୍ ପାଲଟିଥିବା ରାଜଧରାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୭୪ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୯୪୬ । ସେହିପରି ଭୁବନେଶ୍ବରରୁ ସୁସ୍ଥ ହୋଇଛନ୍ତି ଆଉ ୫୯୯ ଜଣ ଆକ୍ରାନ୍ତ । ଏନେଇ ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୪ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୫୦, ସହିଦନଗରରୁ ୩୧, ସୁନ୍ଦରପଦାରୁ ୨୧, ଶୈଳଶ୍ରୀବିହାରରୁ ୨୭, ରସୁଲଗଡ଼ରୁ ୨୧, ପାତ୍ରପଡ଼ାରୁ ୨୦, ୟୁନିଟ୍-୬ରୁ ୨୩, ୟୁନିଟ୍-୩ରୁ ୧୬, ବରମୁଣ୍ଡାରୁ ୩୨, ଚନ୍ଦ୍ରଶେଖରପୁରରୁ ୩୯, ଡୁମୁଡୁମାରୁ ୩୩, ଜୟଦେବବିହାରରୁ ୨୫, ଝାରପଡ଼ାରୁ ୨୩, ନୟାପଲ୍ଲୀରୁ ୫୨, ଆଚାର୍ଯ୍ୟ ବିହାରରୁ ୧୮, ବମିଖାଲରୁ ୨୩, ଖଣ୍ଡଗିରିରୁ ୩୦, ଲକ୍ଷ୍ମୀସାଗରରୁ ୩୪ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୪୯ ହଜାର ୩୩୦ ଜଣ । ଏମାନଙ୍କ ମଧ୍ୟରୁ ୩୯ ହଜର ୬୧୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ୨୭୫ ଜଣଙ୍କ ଜୀବନ ନେଲାଣି ଭାଇରସ୍ । ବାକି ୯୪୧୯ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.