Latest Odisha News

ରଶ୍ମି ରକେଟ ଫିଲ୍ମ ଏଡିଟରଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ:ତାପସୀ ପନ୍ନୁ ଅଭିନୀତ ରଶ୍ମି ରକେଟ ଫିଲ୍ମର ଏଡିଟର ଅଜୟ ଶର୍ମା କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଛନ୍ତି । ସେ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ବେଳେ ତାଙ୍କ ଅକ୍ସିଜେନ ଲେଭଲ କମିଯିବାରୁ ତାଙ୍କୁ ଡାକ୍ତରମାନେ ବଂଚାଇ ପାରି ନ ଥିଲେ ।

୧୦ ଦିନ ତଳେ ସେ ଅକ୍ସିଜେନ ବେଡ ପାଇଁ ସୋସିଆଲ ସାଇଟରେ ଅନୁରୋଧ କରିଥିଲେ । ରଶ୍ମି ରକେଟ ଫିଲ୍ମ ପୂର୍ବରୁ ସେ ଜଗା ଜାସୁସ, କରାୱା, ଲୁଡୋ, ଇନ୍ଦୁ କି ଜୱାନୀ ପରି ଫିଲ୍ମରେ କାର୍ଯ୍ୟ କରି ସାରିଛନ୍ତି ।

Leave A Reply

Your email address will not be published.