ତାତିରୁ ସାମାନ୍ୟ ଆଶ୍ବସ୍ତି, ସାରା ରାଜ୍ୟରେ ଖସିଲା ପାରଦ
ଭୁବନେଶ୍ବର : ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ଆଜି ହ୍ରାସ ପାଇଛି ସାରା ରାଜ୍ୟର ତାପମାତ୍ରା । ୪୦ ଡିଗ୍ରୀ ତଳେ ରହିଛି ସାରା ରାଜ୍ୟର ପାରଦ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଆଜି ବାଲେଶ୍ବରରେ ତାପମାତ୍ରା ୩୨.୩ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୪, କଟକରେ ୩୬, ପାରାଦୀପରେ ୩୨, ଭୁବନେଶ୍ବରରେ ୩୭.୨, ଗୋପାଳପୁରରେ ୩୨.୧, ପୁରୀରେ ୩୩.୪, ଅନୁଗୁଳରେ ୩୫.୭, ଝାରସୁଗୁଡ଼ାରେ ୩୭.୪, କେନ୍ଦୁଝରରେ ୩୨.୬, ସମ୍ବଲପୁରରେ ୩୭.୯, ସୁନ୍ଦରଗଡ଼ରେ ୩୭, ହୀରାକୁଦରେ ୩୭.୨, ତାଳଚେରରେ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଭବାନୀପାଟଣାରେ ୩୮.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୮, କୋରାପୁଟରେ ୩୪.୫, ଫୁଲବାଣୀରେ ୩୭.୮, ଟିଟିଲାଗଡ଼ରେ ୩୯, ମାଲକାନଗିରିରେ ୩୯, ସୋନପୁରରେ ୩୮, ଦାରିଙ୍ଗବାଡିରେ ୩୨.୫, ନୟାଗଡ଼ରେ ୩୮, ବୌଦ୍ଧରେ ୩୯.୮, ଛତ୍ରପୁରରେ ୩୨.୬, ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।