Latest Odisha News

ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ !

କଙ୍କଡ଼ାହାଡ଼: ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଗୋଳା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପାଳ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ତେବେ ଜନ୍ମ କଲା ବାପାକୁ ଅତି ନିର୍ମମ ଭାବରେ ହତ୍ୟା କରିଛି ପୁଅ ।

ମୃତକ ଜଣଙ୍କ ହେଉଛନ୍ତି ଡଙ୍ଗାପାଳ ଗାଁର ସନାତନ ମହାନ୍ତ ଏବଂ ଗୁରୁତର ଭଉଣୀ ହେଉଛନ୍ତି ସୁଜାତା ମାହାନ୍ତ । ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ । ଏଥିରେ ଭଉଣୀ ସୁଜାତା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ ତପନ । ପରେ ସେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ପରିବାର ଲୋକେ ବାପା ସନାତନ ଓ ଭଉଣୀ ସୁଜାତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସନାତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ କଙ୍କଡ଼ାହାଡ଼ ପୋଲିସ ଘଟଣାଟି ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି

Leave A Reply

Your email address will not be published.