Latest Odisha News

BREAKING NEWS

ଚିତ୍ରକୋଣ୍ଡା ସିଲେରୁ ଡଙ୍ଗାବୁଡିରେ ୬ ମୃତ, ୨ ନିଖୋଜ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀ ଡଙ୍ଗାବୁଡି ମାମଲା । ସକାଳୁ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ । ତାଜା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲାବେଳେ ନିଖୋଜ ଅଛନ୍ତି ଦୁଇଜଣ । ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡିଛି ।

ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିବା ଗୁଣ୍ଠାବେଡା ଓ କନ୍ଧଗୁଡାର ୪୪ଜଣ ଶ୍ରମିକ ରାତିରେ ପୋଲିସଠୁ ଲୁଚି ଚୋରା ରାସ୍ତାରେ ଘରକୁ ଫେରିବାକୁ ଯୋଜନା କରିଥିଲେ । ପ୍ରଥମେ ୩୩ଜଣ ଲୋକ ନଦୀ ପାର କରି ଘରକୁ ଫେରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୧୧ଜଣ ଦୁଇଟି ଡଙ୍ଗାରେ ଫେରୁଥିବାବେଳେ ଡଙ୍ଗାଦ୍ୱୟ ଭାରସାମ୍ୟ ହରାଇ ବୁଡିଯାଇଥିଲା ।

୧୧ଜଣଙ୍କ ମଧ୍ୟରୁ ତିନିଜଣ ପହଁରିପହଁରି କୂଳରେ ପହଂଚିଥିବାବେଳେ ୮ଜଣ ନିଖୋଜ ଥିଲେ । ନିଖୋଜଙ୍କ ମଧ୍ୟରୁ ୬ଜଣ ଶିଶୁ ଓ ୨ଜଣ ମହିଳା ରହିଥିଲେ । ନିଖୋଜଙ୍କ ସନ୍ଧାନରେ ଅଗ୍ନିଶମ ବିଭାଗ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତଦେହ ଠାବ ହୋଇଥିବାବେଳେ ୨ଜଣ ନିଖୋଜ ଅଛନ୍ତି ।

ମାଲକାନଗିରି ଏସ୍‌ପି, ଚିତ୍ରକୋଣ୍ଡା ତହସିଲଦାର ଓ ବିଡିଓଙ୍କ ଉପସ୍ଥିତିରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅନ୍ୟପଟେ ସମସ୍ତ ଶ୍ରମିକଙ୍କର କୋଭିଡ୍ ଟେଷ୍ଟ କରାଯାଇଥିବାବଳେ ବିପଦଜନକ ଭାବେ ଚୋରା ରାସ୍ତା ଦେଇ ଜଳଯାତ୍ରା ନକରିବାକୁ ମାଲକାନଗିରି ଏସ୍‌ପି ସମସ୍ତଙ୍କୁ ବାରଣ କରିଛନ୍ତି । ଆପାତକାଳୀନ ସ୍ଥିତିରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ବାହାରେ ଥିବା ମାଲକାନଗିରି ବାସିନ୍ଦାଙ୍କୁ ଫେରବାକୁ ଅନୁମତି ମିଳିବ ବୋଲି ଏସ୍‌ପି ଋଷିକେଶ ଖିଲାଲୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.