Latest Odisha News

BREAKING NEWS

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ଭିତରେ ଆଶ୍ବସ୍ତି ହେଉଛି ରାଜ୍ୟ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୯୫୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

 

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୮ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧ ଜଣ ଅଛନ୍ତି । ସେହିପରି ଅନୁଗୁଳରୁ ୭୯୭, ଯାଜପୁରରୁ ୭୫୬, ସମ୍ବଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡ଼ରୁ ୪୧୯, ନବରଙ୍ଗପୁରରୁ ୪୧୦, ବାଲେଶ୍ବରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡ଼ାରୁ ୩୦୭, କଳାହାଣ୍ଡିରୁ ୨୯୬, ବଲାଙ୍ଗିରରୁ ୨୯୪, ଝାରସୁଗୁଡ଼ାରୁ ୨୯୨, କୋରାପୁଟରୁ ୨୫୮, ବରଗଡ଼ରୁ ୨୫୨, କେନ୍ଦୁଝରରୁ ୨୪୪, ସୋନପୁରରୁ ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

ସେହିପରି ଗଞ୍ଜାମରୁ ୨୧୮ ଜଣ ସୁସ୍ଥ ହୋଇଥିବା ବେଳେ, କେନ୍ଦ୍ରାପଡ଼ାରୁ ୧୯୩, ଢେଙ୍କାନାଳରୁ ୧୭୫, ନୂଆପଡ଼ାରୁ ୧୨୩, ବୌଦ୍ଧରୁ ୧୧୩, ଦେବଗଡ଼ରୁ ୧୦୪, କନ୍ଧମାଳରୁ ୧୦୧, ମାଲକାନଗିରିରୁ ୮୪, ଗଜପତିରୁ ୬୪ ଓ ଷ୍ଟେଟ୍ ପୁଲରୁ ୨୪୨ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୪୭ ହଜାର ୧୩୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.