Latest Odisha News

BREAKING NEWS

ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନ ବ୍ୟବହାରକୁ ବ୍ରିଟେନରେ ଅନୁମତି

ଲଣ୍ଡନ: କରୋନା ମହାମାରୀ ବିପକ୍ଷରେ ବିଜୟ ହାସଲ କରିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ପ୍ରତିଷ୍ଠିତ କମ୍ପାନୀ ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ବ୍ରିଟେନରେ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଫାଇଜର, ଏଷ୍ଟ୍ରୋଜେନିକା ଓ ମୋଡର୍ଣ୍ଣା ଭ୍ୟାକ୍ସିନକୁ ଅନୁମତି ମିଳି ସାରିଛି । ବ୍ରିଟେନରେ କରୋନା ମହାମାରୀ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବାରୁ ଧିରେ ଧିରେ କଟକଣା କୋହଳ କରାଯିବା ଆରମ୍ଭ କରାଯାଇଛି ।

âବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ମଧ୍ୟ ଭ୍ୟାକ୍ସିନକୁ ବ୍ୟବହାରକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସିଙ୍ଗଲ ଡୋଜ ଅଳ୍ପ ସମୟରେ ଅନେକ ଲୋକଙ୍କୁ ଦିଆଯାଇ ପାରିବ । ଯାହା ଫଳରେ କରୋନାକୁ ରୋକିବାରେ ଆମେ ସଫଳ ହେବୁ ବୋଲି ଜନଶନ କହିଛନ୍ତି ।

Leave A Reply

Your email address will not be published.