Latest Odisha News

BREAKING NEWS

ବଳଙ୍ଗା ପୋଲିସକୁ ସଫଳତା, ଧରାପଡିଲା ଏକ ଡକାୟତ ଗ୍ୟାଙ୍ଗ, ୬ ଡକାୟତ ଗିରଫ 

ପୁରୀ: ପୁରୀ ବଳଙ୍ଗା ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ନାହାମାଙ୍ଗା ପାଟଣାରୁ ୬ ଜଣ ଡ଼କାୟତଙ୍କୁ ଧରିଛି ବଲଙ୍ଗା ପୋଲିସ  ।

ପିପିଲୀ ଉପନିର୍ବାଚନ ନେଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ଡକାୟତ ଧରାପଡିଛନ୍ତି । ସ୍ଥାନୀୟ ବାଙ୍କନାଥ ମନ୍ଦିରରୁ ଏମାନେ ସୁନା ଅଳଙ୍କାର ଲୁଟ ନେଇ ଯୋଜନା କରୁଥିଲେ । 

ଡକାୟତଙ୍କଠାରୁ ୨ଟି ବାଇକ, ଗୋଟିଏ ଭୁଜାଲି, ଗୋଟିଏ ଲୁହା ରଡ଼, ଖଣ୍ଡା ଏବଂ କିଛି ବମ ଜବତ କରିଛି ପୋଲିସ । ଡକାୟତଙ୍କୁ ଧରିବା ବେଳେ ସେମାନେ ପୋଲିସ ଉପରକୁ ବୋମା ମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ତେବେ ୮ ଜଣ ଡ଼କାୟତଙ୍କ ଭିତରୁ ୬ ଜଣ ପୋଲିସ ହାତରେ ଧାରାପଡିଛନ୍ତି । ୨ ଜଣ ଖସି ପଳାଇବାରେ ସଫଳ ହୋଇଛନ୍ତି ।

ଗିରଫ ଡକାୟତମାନେ ହେଲେ ରାମଚଣ୍ଡୀ ଅଞ୍ଚଳର ଦୀପକ ସାହୁ, କାକଟପୁରର ଏସ.କେ ନାସିର, ପିପିଲିର ପ୍ରତାପ ବେହେରା, ସତ୍ୟ ରଞ୍ଜନ ଭୋଇ, ସନ୍ଦୀପ ପ୍ରଧାନ, ସତ୍ୟବାଦୀର ରଂଜନ ପ୍ରଧାନ । ଏମାନଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

ପିପିଲି ଉପନିର୍ବାଚନ କିପରି ସୁରୁଖୁରୁରେ କରାଯାଇପାରିବ ସେଥିପାଇଁ ସ୍ପେଶାଲ ଡ୍ରାଇଭ ଚାଲିଥିବା ପୁରୀ ଏସପି କେ.ବିଶାଳ ସିଂ ସୂଚନା ଦେଇଛନ୍ତି । 

Leave A Reply

Your email address will not be published.