Latest Odisha News

BREAKING NEWS

ସୁସ୍ଥ ହେଲେ ୧୨୫ କରୋନା ସଂକ୍ରମିତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଧାର ସର୍ବାଧିକ ୩୩ ଜଣ ରହିଥିବା ବେଳେ ପୁରୀର ୧୭, କଟକର ୧୪, ମୟୂରଭଞ୍ଜର ୧୩, ଗଞ୍ଜାମର ୧୦, କେନ୍ଦୁଝରର ୯, ଯାଜପୁରର ୮, ନୂଆପଡାର ୬, କେନ୍ଦ୍ରାପଡା ଓ ଜଗତସିଂପୁରର ୪ଜଣ ଲେଖାଏଁ ରହିଛନ୍ତି । ଏହାସହ ସୁନ୍ଦରଗଡରୁ ୩, ବଲାଙ୍ଗୀରରୁ ୨, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଆଜି  ରାଜ୍ୟରେ ଆଉ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି ।

 

 

Leave A Reply

Your email address will not be published.