Latest Odisha News

BREAKING NEWS

ଶରଧାବାଲିରେ ଶ୍ରୀଜିଉ, ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଶରଧାବାଲିରେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ଠାକୁରଙ୍କ ରଥ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଛି ତିନି ଠାକୁର । ଶରଧାବାଲିରେ ଶୋଭାପାଉଛି ତିନି ରଥ ।

ଆଜି କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉଛି। ଯେଉଁଥିରେ ଭକ୍ତମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିନାହିଁ। କେବଳ ସେବାୟତମାନଙ୍କୁ ନେଇ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.